ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋସିଆଲ ମିଡିଆରେ ଓଡ଼ିଆ ସିରିଏଲ ଅଭିନେତ୍ରୀଙ୍କୁ ହତ୍ୟା ଧମକ। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଅଭିନେତ୍ରୀ। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଏକ ଅଜଣା ହ୍ୱାଟସ୍‌ଆପ୍‌ ନମ୍ବରରୁ ତାଙ୍କ ପାଖକୁ ଅଶ୍ଳୀ ଫଟୋ ଏବଂ ମେସେଜ ଆସୁଛି।

ସେହି ଅଜଣା ନମ୍ବରକୁ ବ୍ଲାକଲିଷ୍ଟେଡ କଲେ ବି ଅନ୍ୟ ନମ୍ବରରୁ ଏଭଳି ଅଶ୍ଳୀ ମେସେଜ ଆସୁଥିବା ଅଭିଯୋଗ କରିଛନ୍ତି ଅଭିନେତ୍ରୀ।

ଖାଲି ସେତିକି ନୁହେଁ ତାଙ୍କ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିବା ସହ ହତ୍ୟା ଧମକ ଦିଆଯାଉଥିବା ଅଭିନେତ୍ରୀ ଅଭିଯୋଗ ଆଣିଛନ୍ତି। ତାଙ୍କ ଉପରେ ଏସିଡ୍ ପକାଇବା ପାଇଁ ଧମକ ମିଳିଥିବା ଅଭିନେତ୍ରୀ କହିଛନ୍ତି।

ଅଭିନେତ୍ରୀ ଜଣକ ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କୁ ଭେଟି ଏହି ଅଭିଯୋଗ କରିଛନ୍ତି। ତାଙ୍କୁ ସୁରକ୍ଷା ଦେବା ପାଇଁ ସେ ନିବେଦନ କରିଛନ୍ତି। ଏହି ଘଟଣାର ତଦନ୍ତ ଜଣେ ମହିଳା ପୋଲିସ ଅଧିକାରୀ କରିବେ ବୋଲି ପୋଲିସ କମିଶନର କହିଛନ୍ତି।

LEAVE A REPLY

Please enter your comment!
Please enter your name here