ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପି କର୍ପୋରେଟରଙ୍କ ଘରେ ମଙ୍ଗଳବାର ଦିନ କିଛି ଦୁବୃର୍ତ୍ତ ପଶି ନିଆଁ ଲଗାଇଛନ୍ତି। ଗୋଟିଏ ମାରୁତି କାର ସମେତ ୨ଟି ବାଇକ୍ ଏବଂ ୨ଟି ସ୍କୁଟିକୁ ଜଳାଇ ଦେଇଛନ୍ତି ଦୁବୃର୍ତ୍ତ।
ମଙ୍ଗଳବାର ରାତିରେ ଭୁବନେଶ୍ୱର ଖାରବେଳନଗର ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଘଟଣାଟି ପୂର୍ବତନ କର୍ପୋରେଟର ଲାଲା ଅଶୋକ କୁମାର ରୟଙ୍କ ଘରେ ବିଳମ୍ବିତ ରାତିରେ ଘଟିଛି।
ଭୁବନେଶ୍ୱର ଖାରବେଳନଗର ୟୁନିଟ୍ – ୩ସ୍ଥିତ ପୂର୍ବତନ ବିଜେପି କର୍ପୋରେଟର ଲାଲା ଅଶୋକଙ୍କ ଘରେ ପଶି ନିଆଁ ଲଗାଇଛନ୍ତି ଦୁବୃର୍ତ୍ତ। ଗୋଟିଏ ମାରୁତି କାର ସମେତ ୨ଟି ବାଇକ୍ ଏବଂ ୨ଟି ସ୍କୁଟିକୁ ଦୁବୃର୍ତ୍ତମାନେ ପୋଡ଼ି ଦେଇଛନ୍ତି।

ଅଶୋକଙ୍କ କହିବା ଅନୁସାରେ, “ରାତି ପ୍ରାୟ ୧: ୩୦ରେ ଜୋରରେ ଶବ୍ଦ ହେବାରୁ କୁକୁର ଭୁକିଥିଲା। ତା’ପରେ ଅଶୋକ ଉଠି ଦେଖିବା ବେଳକୁ ସବୁ ଗାଡ଼ି ପୋଡି ଯାଇଥିଲା। ପୂର୍ବରୁ ମଧ୍ୟ ତାଙ୍କ ଘର ଉପରକୁ ଏଭଳି ଆକ୍ରମଣ ହୋଇଥିଲା ବୋଲି କହିଛନ୍ତି ଅଶୋକ।“
ଅନ୍ୟପଟେ କିଏ ଓ କାହିଁକି ଏଭଳି କାଣ୍ଡ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ପହଁଞ୍ଚ ଘଟଣାର ଛାନଭିନ୍ ଆରମ୍ଭ କରିଛି।

















