ଓଡ଼ିଶାଲାଇଭ୍ ବ୍ୟୁରୋ

ପିପିଲିସ୍ଥିତ ଉତରବାଡ଼ ଗ୍ରାମରେ ରହୁଥିବା କୈଳାସ ଚନ୍ଦ୍ର ପରିଡ଼ାଙ୍କ ଘରୁ ମଙ୍ଗଳବାର ଏକ ନାଗ ସାପ ଉଦ୍ଧାର ହୋଇଥିଲା।
ମଙ୍ଗଳବାର ଦିନ ପିପିଲିରେ ଘଟିଥିବା ଏକ ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପିପିଲିର ମଙ୍ଗଳପୁରସ୍ଥିତ ଉତରବାଡ଼ ଗ୍ରାମର ବାସିନ୍ଦା କୈଳାସ ଚନ୍ଦ୍ର ପରିଡ଼ାଙ୍କ ଘରେ ଥିବା ଚୁଲି ଭିତରୁ ମଙ୍ଗଳବାର ସନ୍ଧ୍ୟାରେ ଏକ ନାଗ ସାପ ଉଦ୍ଧାର କରାଯାଇଛି।
କୈଳାସଙ୍କ ସ୍ତ୍ରୀ ରୋଷେଇ କରିବାକୁ ଯିବା ବେଳେ ଚୁଲିରେ ଏକ ନାଗ ସାପ ଥିବା ଦେଖିଥିଲେ। ଏହାପରେ ପରିବାର ଲୋକ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲା।
ସ୍ନେକ ହେଲ୍ପଲାଇନ ସଦସ୍ୟ ସୁଶାନ୍ତ ବେହେରା ଘଟଣାସ୍ଥଳରେ ପହଞ୍ଚି ସାଢ଼େ ୩ଫୁଟ ଲମ୍ବର ଏକ ନାଗ ସାପକୁ ଉଦ୍ଧାର କରିଥିଲେ। ପରେ ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।

















