ଓଡ଼ିଶାଲଇଭ୍ ବ୍ୟୁରୋ
ପେଟ୍ରୋଲ ଓ ଡିଜେଲ ବଜାରରେ ଲାଗିଛି ନଆଁ। ତେଲ ଦର ବଢ଼ୁଛି ପଛେ କମିବାର ନାଁ ଧରୁନି। ଏହାକୁ ନେଇ ବିଜେଡି ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି। ଅକ୍ଟୋବର ୧ରେ ରାଜଭବନ ସମ୍ମୁଖରେ ବିଜେଡି ଆନ୍ଦୋଳନ କରିବ। ଏ ସମ୍ପର୍କରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ବିଜେଡିର ଯୁବ, ମହିଳା ଓ ଛାତ୍ର ସଙ୍ଗଠନ ଏହି ଆନ୍ଦୋଳନରେ ସାମିଲ ହେବେ।
ଦାସବର୍ମା କହିଛନ୍ତି, “ଡିଜେଲ ଲିଟର ପିଛା ୧୨୦ରେ ପହଞ୍ଚାଇ ଓଡ଼ିଶାରେ ବିଜେପି ତାର ମିଶନ ୧୨୦ ପୂରା କରିବ ବୋଲି ବିଜେଡି ଚାହିଁଛି। ତୈଳ ଦର ବୃଦ୍ଧିକୁ ନେଇ ସାଧାରଣ ଲୋକ ଚିନ୍ତାରେ ପଡ଼ିଥିବା ବେଳେ କେନ୍ଦ୍ର ସରକାର ଦର ହ୍ରାସ କରୁ ନାହାନ୍ତି। ତେଲ ଦର ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଆନ୍ତରିକତା ନାହିଁ।”


















