ଓଡ଼ିଶାଲାଇଭ୍ ବ୍ୟୁରୋ

ଢେଙ୍କାନାଳ ଜିଲ୍ଳାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାଟି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଘଟିଛି।

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟସ୍ଥିତ କ୍ୟାଣ୍ଟିନରେ ରୋଷେଇ ଚାଲିଥିବା ସମୟରେ ଅଗ୍ନିକାଣ୍ଡ ଘଟିଛି।

ଏବେ ଚିକିତ୍ସାଳୟ ପରିସରରେ ଆତଙ୍କ ସୃଷ୍ଟି ହୋଇଛି। ଏବେଯାଏଁ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।

ନିଆଁକୁ ଆୟତ କରିବାପାଇଁ ଅଗ୍ନିଶମ କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି।

Comment