ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍କଳ ବିଶ୍ୱବିଦ୍ୟାଳୟରେ ବନ୍ଦ ହେଲା ଛାତ୍ର ସଂସଦ ନିର୍ବାଚନ। ଆଜି ବସିଥିବା ପିଜି କାଉନସିଲ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। କ୍ୟାମ୍ପସରେ ବିଶୃଙ୍ଖଳା ଲାଗି ରହିଥିବାରୁ ଚଳିତ ବର୍ଷ ନିର୍ବାଚନ ବନ୍ଦ କରାଯିବ ବୋଲି ଛାତ୍ର ସଂସଦର ଉପଦେଷ୍ଟା ବସନ୍ତ ମଲ୍ଲିକ ସୂଚନା ଦେଇଛନ୍ତି।

ଗତ କିଛିଦିନ ତଳେ ବାଣୀବିହାରରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପୋଲିସ ଉପରକୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବାଣୀବିହାରରେ ଚଳିତ ବର୍ଷ ନିର୍ବାଚନ ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା।

ଶୁକ୍ରବାର ଦିନ ଛାତ୍ର ସଂସଦ ନିର୍ବାଚନ ପାଇଁ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଅକ୍ଟୋବର ୧୧ ତାରିଖରେ ନିର୍ବାଚନ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଏହାକୁ ନେଇ କଲେଜ କ୍ୟାମ୍ପସ ସରଗରମ ହୋଇଯାଇଛି। ତେବେ ବାଣୀବିହାରରେ କ’ଣ ହେବ ତା’ ଉପରେ ସମସ୍ତଙ୍କ ନଜର ରହିଥିଲା।

୨୦୧୭ରେ ମଧ୍ୟ ବାଣୀବିହାରରେ ନିର୍ବାଚନ ବନ୍ଦ ରହିଥିଲା। କ୍ୟାମ୍ପସରେ ବାରମ୍ବାର ଛାତ୍ର ଅଶାନ୍ତି ଦେଖାଦେବାରୁ କର୍ତ୍ତୃପକ୍ଷ ନିର୍ବାଚନ ବନ୍ଦ କରିଥିଲେ।

Comment