ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାର ଦିନ ଅନୁଗୋଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥରେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨୦ଜଣ ଯାତ୍ରୀ ଆହତ ହୋଇଥିବା ବେଳେ କୌଣସି ଯାତ୍ରୀଙ୍କର ମୁତ୍ୟୁ ହୋଇନାହିଁ।

ଅନୁଗୋଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜରପଡ଼ା ଥାନା ଅନ୍ତର୍ଗତ ସାଆନ୍ତରାପୁର ଗ୍ରାମ ସ୍କୁଲ ଛକ ନିକଟରେ ଏକ ଯାତ୍ରୀବାହୀ ଘରୋଇ ନାଇଟ୍ ଏକ୍ସପ୍ରେସ ବସ୍‌ ନମ୍ବର ଓଡି ୧୫ଡି୪୫୫୫ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡ଼ିଥିଲା।

ଫଳରେ ଏହି ବସ୍‌ରେ ଥିବା ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଥିଲେ। ଏହି ବସ୍ ସମ୍ବଲପୁର ବୁର୍ଲା ଅଞ୍ଚଳରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା। ରାତି ପ୍ରାୟ ୩ଟାବେଳେ ଏହି ଦୁର୍ଘଟଣା ଘଟିଥିଲା।

ଖବର ପାଇବା ପରେ ଜରପଡ଼ା ଥାନା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ସ୍ଥାନୀୟ ଗାଁ ଲୋକଙ୍କ ସହାୟତାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।

ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ ମୃତ୍ୟୁ ହୋଇନଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପୋଲିସ ପକ୍ଷରୁ ଏକ ଦୁର୍ଘଟଣା ମାମଲା ରୁଜୁ କରାଯାଇଛି ଏବଂ ବସ୍‌କୁ ଜବତ କରିବା ସହ ତଦନ୍ତ ଜାରି ରହିଛି।

Comment