ଓଡ଼ିଶାଲାଇଭ୍ ବ୍ୟୁରୋ

ଅଭିଜିତ୍ ଆୟାର ମିତ୍ରଙ୍କ ଜାମିନ୍ ଆବେଦନକୁ ରଦ୍ଦ କରିଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ।

କିଛି ଦିନ ତଳେ ଅଭିଜିତ୍ ଆୟାର ମିତ୍ର ଓଡ଼ିଶାର କଳା ସଂସ୍କୃତିକୁ ନେଇ ଅପାତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ। ଏବେ ଏହି ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଅଭିଜିତ୍ ଆୟାର ଜାମିନ୍ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଯାହାକୁ ରଦ୍ଦ କରିଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ।

ଜାମିନ୍ ଶୁଣାଣି ବେଳେ ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ରଖିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ କହିଛନ୍ତି, “ଏହା ଧର୍ମୀୟ ଭାବନାକୁ କ୍ଷୂର୍ଣ୍ଣ କରୁଛି।“ ହେଲେ ଅଭିଜିତଙ୍କ ଓକିଲ ତାଙ୍କ(ଅଭିଜିତ) ଜୀବନ ପ୍ରତି ବିପଦ ଥିବା ନେଇ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। କିନ୍ତୁ ପ୍ରଧାନ ବିଚାରପତି କହିଛନ୍ତି, “ଜେଲ୍ ତାଙ୍କ ପାଇଁ ସୁରକ୍ଷିତ ଜାଗା।“

ଯାହାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ଅଭିଜିତକୁ ଭତ୍ସନା କରିଥିବା ବେଳେ ଅଭିଜିତଙ୍କ ବେଲ୍ ନାମଞ୍ଜୁର କରିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ। ଅଭିଜିତ କେବଳ କୋଣାର୍କ ମନ୍ଦିର ନୁହେଁ ବରଂ ବିଧାୟକଙ୍କ ଉପରେ ମଧ୍ୟ ଅରୁଚିକର ମନ୍ତବ୍ୟ ରଖିଥିଲେ।

ଯାହାକୁ ନେଇ ବିଧାନସଭାରେ ମଧ୍ୟ ଆଲୋଚନା ହୋଇଥିଲା। ଏହାଛଡ଼ା ଏଭଳି କଟୁ ମନ୍ତବ୍ୟକୁ ନେଇ ମଧ୍ୟ ରାଜ୍ୟବ୍ୟାପୀ ପ୍ରତିବାଦ ଦେଖିବାକୁ ମିଳିଥିଲା। ତାଙ୍କ ଜାମିନ୍ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Comment