ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁଜାଲି ଚୋଟରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ମହିଳା କନଷ୍ଟେବଲଙ୍କର ଗୁରୁବାର ଦିନ ବୁର୍ଲା ମେଡିକାଲରେ ମୃତ୍ୟୁ ହୋଇଛି।

ସମ୍ବଲପୁରରେ ଭୁଜାଲି ଚୋଟରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ମହିଳା କନଷ୍ଟେବଲଙ୍କର ଗୁରୁବାର ଦିନ ମୃତ୍ୟୁ ହୋଇଛି। ତାଙ୍କ ନାଁ ରଶ୍ମିରେଖା ଦୀକ୍ଷିତ। ସେ ଟାଉନ୍‌ ଥାନାରେ କାର୍ଯ୍ୟରତ ଥିଲେ।

ରଶ୍ମିରେଖା ଦାନୀପାଲିସ୍ଥିତ ଏକ ଭଡ଼ା ଘରେ ରହୁଥିଲେ। ଗତ ସେପ୍ଟେମ୍ବର ୨୪ ତାରିଖ ଦିନ ଘର ମାଲିକଙ୍କ ପୁଅ ହଠାତ୍‌ ରଶ୍ମିରେଖାଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ଭଉଣୀଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା।

ଗୁରୁତର ଅବସ୍ଥାରେ ଉଭୟଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରଶ୍ମିରେଖାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା। ରଶ୍ମିରେଖାଙ୍କ ୩ ମାସର ଗୋଟିଏ ଛୁଆ ସମେତ ୨ଟି ପିଲା ଅଛନ୍ତି। ସେ ୪ ମାସ ହେଲା ଛୁଟିରେ ଥିଲେ।

ଏହି ଘଟଣା ପରେ ଅଇଁଠାପାଲି ଥାନା ପୁଲିସ୍‌ ଅଭିଯୁକ୍ତ ସପନ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ଛୋଟ କଥାକୁ ନେଇ ଏହି ଘଟଣାଟି ଘଟିଥିଲା।

Comment