ଓଡ଼ିଶାଲାଇଭ୍ ବ୍ୟୁରୋ

କୋଣାର୍କ ମନ୍ଦିର ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ଥିବା ଅଭିଜିତ ଆୟର ମିତ୍ରଙ୍କୁ ଶୁକ୍ରବାର ପୁରୀ ସଦର ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

କୋଣାର୍କ ମନ୍ଦିର ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ଥିବା ଅଭିଜିତ ଆୟର ମିତ୍ରଙ୍କ ପାଇଁ ମହଙ୍ଗା ପଡ଼ିଛି। ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିବାପରେ ଶୁକ୍ରବାର ପୁରୀ ସଦର ଥାନାରେ ହାଜର ହେବ ଅଭିଜିତ। ଯଦି ହାଜର ନ ହୁଅନ୍ତି, ତେବେ ପୋଲିସ ତାଙ୍କୁ ଗିରଫ କରିବାର ମଧ୍ୟ ସମ୍ଭାବନା ରହିଛି।

କୋଣାର୍କ ମନ୍ଦିର ଓ ଓଡ଼ିଶାର ବିଧାୟକଙ୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇ ଥିବା ଅଭିଜିତଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଓଡ଼ିଶାବାସୀଙ୍କର ଭାବନାକୁ ଦୃଷ୍ଟିରେ ରଖି ଜାମିନ ଶୁଣାଣି ବେଳେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ ରଖିଛନ୍ତି।

ଅଭିଜିତ ଧର୍ମୀୟ ଭାବନାକୁ ଉସ୍‌କାଉଥିବାରୁ ଜାମିନ ପାଇଁ ହକ୍‌ଦାର ନୁହଁନ୍ତି ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ। ଅଭିଜିତଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କ ଓକିଲ କୋର୍ଟରେ ସୁରକ୍ଷା ପାଇଁ ମାଗିଥିଲେ। ହେଲେ ପ୍ରଧାନ ବିଚାରପତି ଏହାକୁ ଏଡ଼ାଇ ଯାଇ ଜେଲ ତାଙ୍କ ପାଇଁ ସୁରକ୍ଷିତ ଜାଗା ବୋଲି କହିଛନ୍ତି। ସୁପ୍ରିମକୋର୍ଟଙ୍କ କୋଠର ଆଭିମୁଖ୍ୟ ପରେ ପୁରୀ ସଦର ଥାନାରେ ହାଜର ହେବା ପାଇଁ ଏକପ୍ରକାର ବାଧ୍ୟ ବୋଲି କୁହାଯାଉଛି।

ପୂର୍ବରୁ ଅଭିଜିତଙ୍କୁ ଗିରଫ କରାଯାଇ ସାକେତ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ତାଙ୍କୁ ସର୍ତ୍ତମୂଳକ ଜାମିନ ଦିଆଯାଇଥିଲା।

Comment