ଓଡ଼ିଶାଲାଇଭ୍ ବ୍ୟୁରୋ

ପାହାଡ଼ରୁ ଅତଡ଼ା ଖସି ଗୋଟିଏ ପରିବାର ୩ଜଣ ସଦସ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି।

ପ୍ରବଳ ବର୍ଷା ଯୋଗୁଁ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗାଁରେ ପାହାଡ଼ରୁ ଅତଡ଼ା ଖସି ଏକ ଘର ଉପରେ ପଡ଼ିଯିବାରୁ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ତୁରନ୍ତ ଦମକଳ ବାହିନୀକୁ ଏ ବିଷୟରେ ସୂଚନା ଦିଆଯାଇଥିଲା। ଏହାପରେ ଦମକଳ ବାହିନୀ ଆସି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି। ଆହତମାନଙ୍କୁ ତିଗିରିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତିଗିରିଆ ମେଡ଼ିକାଲରେ ସେମାନଙ୍କର ଚିକିତ୍ସା ଚାଲିଛି।

ସାରା ରାଜ୍ୟରେ ତିତଲିର ପ୍ରଭାବ ଯୋଗୁଁ ବର୍ଷା ଲାଗି ରହିଛି। ଶୁକ୍ରବାର ସକାଳେ ପ୍ରବଳ ବର୍ଷା ଯୋଗୁଁ ଏହି ଅଭବନୀୟ ଘଟଣା ଘଟିଛି।

Comment