ଓଡ଼ିଶାଲାଇଭ୍‌ ବ୍ୟୁରୋ

“ତିତ୍‌ଲି ପ୍ରଭାବିତ ଲୋକଙ୍କୁ ରିହାତି ନୁହେଁ, ମାଗଣାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଅ”, – ଆଜି ଏହି ମର୍ମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର।

ତିତ୍‌ଲି ପ୍ରଭାବରେ ଗଞ୍ଜାମ, ଗଜପତି, ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି। ଏଣୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ଯୋଗାଣ ମନ୍ତ୍ରୀ।

ଗଜପତି ଜିଲ୍ଲାରେ ମୋଟ ୫୦ ହଜାର ୯୯୦ ସିଲିଣ୍ଡର, ଗଞ୍ଜାମ ଜିଲ୍ଲାରେ ୨ ଲକ୍ଷ ୩୯ ହଜାର, ରାୟଗଡ଼ା ଜିଲ୍ଲାରେ ୮୧ ହଜାର ୯୭୯ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯାଇଛି। ଏଣୁ ଧାର୍ଯ୍ୟ ହୋଇଥିବା ରିହାତି ସମ୍ପୂର୍ଣ୍ଣ ଛାଡ଼ କରିବାକୁ ମନ୍ତ୍ରୀ ଦାବି କରିଛନ୍ତି।

“ତିତ୍‌ଲି ପ୍ରଭାବିତ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ବାତ୍ୟାରେ ସର୍ବସ୍ୱ ହରାଇଛନ୍ତି ଲୋକେ। ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ଏଣୁ ସେମାନଙ୍କୁ ଏଲପିଜି ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯାଉ”, କହିଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର।

Comment