ଓଡ଼ିଶାଲାଇଭ୍ ବ୍ୟୁରୋ

ଶିଶୁପାଳଗଡ଼ ଛକ ନିକଟରେ ଏକ ମିନି ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ମଙ୍ଗଳବାର ସକାଳ ୧୦ ସମୟରେ ଘଟିଛି ଏହି ଘଟଣା। ବସ୍ ନମ୍ବର ଓଆର ୦୨ ଏପି ୦୮୧୪ ଚକା ଫାଟିଯିବାରୁ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା।

ଏହି ମିନି ବସ୍‌ରେ ପ୍ରାୟ ୨୦ ରୁ ୨୫ ଜଣ ଶ୍ରମିକ କାମ କରିବାକୁ ଶିଖରଚଣ୍ଡୀରୁ ପିପିଲି ଅଭିମୁଖେ ଯାଉଥିଲେ। ଏହି ଶ୍ରମିକମାନଙ୍କ ମଧ୍ୟରେ ୮ ଜଣ ମହିଳା ଥିଲେ। ବସ୍ ଓଲଟି ପଡ଼ିବାରୁ ୧୨ ଜଣ ଶ୍ରମିକ ଆହତ ହୋଇଛନ୍ତି।

ଆହତମାନଙ୍କୁ ସ୍ଥାନୀୟ ଲୋକ ତୁରନ୍ତ ବରୋଦା ମେଡିକାଲ ଏବଂ ମ୍ୟୁନିସିପାଲଟି ମେଡିକାଲରେ ଭର୍ତ୍ତି କରିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି।

Comment