ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିବିଆଇର ଦୁଇ ନିର୍ଦ୍ଦେଶକ ଛୁଟିରେ ଯିବା ପରେ ଏମ୍ ନାଗେଶ୍ୱର ରାଓଙ୍କୁ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ କରାଯାଇଛି।

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇରେ ତେଜିଲା ବିବାଦ। ଲାଞ୍ଚ କାରବାରକୁ ନେଇ ସିବିଆଇର ନମ୍ବର-୧ ଏବଂ ନମ୍ବର-୨ ଅଫିସରଙ୍କ ଭିତରେ ଉପୁଜିଥିବା ବିବାଦ ଆଜି ଭିନ୍ନ ମୋଡ଼ ନେଇଛି। ଫଳରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାକୁ ଛୁଟିରେ ପଠାଇ ଦେଇଛନ୍ତି କେନ୍ଦ୍ର ସରକାର।

ତାଙ୍କ ଜାଗାରେ ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ଏମ୍ ନାଗେଶ୍ୱର ରାଓଙ୍କୁ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶକ କରାଯାଇଛି। ଆଜି ହିଁ ନାଗେଶ୍ୱର ଦାୟିତ୍ୱ ଗ୍ରହଣ କରିଛନ୍ତି। ସିବିଆଇ ଅଫିସର ଆଲୋକ ବର୍ମା ଏବଂ ରାକେଶ ଆସ୍ଥାନାଙ୍କ ଭିତରେ ବିବାଦ ଜଟିଳ ହେବାରୁ ନାଗେଶ୍ୱର ରାସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ତତ୍କାଳ ଦେବାକୁ ଦାୟିତ୍ୱ ନିଷ୍ପତ୍ତି ନେଇଥିଲା।

ଏପଟେ ସିବିଆଇ ଅଫିସର ୧୦ମ ଏବଂ ୧୧ତମ ଫ୍ଲୋରକୁ ସିଲ୍ କରି ଦିଆଯାଇଛି। ଅରୁଣ ଶର୍ମାଙ୍କୁ ଆଣ୍ଟି କରପ୍‌ସନ୍ ହେଡକ୍ୱାର୍ଟରରୁ ହଟାଇ ଦିଆଯାଇଛି। ଏସି ଥ୍ରୀର ଡିଆଇଜି ମନୀଷ ସିହ୍ନାଙ୍କୁ ତାଙ୍କ ପଦବୀରୁ ହଟାଇ ଦେଇଛନ୍ତି କେନ୍ଦ୍ର ସରକାର। ରାକେଶ ଆସ୍ଥାନାଙ୍କ ବିରୋଧରେ ହୋଇଥିବା ମାମଲାର ବିଚାର ପାଇଁ ଫାଷ୍ଟଟ୍ରାକ କୋର୍ଟକୁ ପଠାଇ ଦେଇଛନ୍ତି ସରକାର।

ହାଇଦ୍ରାବାର ଜଣେ ବ୍ୟବସାୟୀ ସତୀଶ ସାନାଙ୍କ ମାମଲା ରଫାଦଫା କରିବା ପାଇଁ ଆସ୍ଥାନା ୩ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହେବା ପରେ ସିବିଆଇ ବିବାଦୀୟ ହୋଇପଡ଼ିଛି।

ଘଟଣାଣଟି ଥିଲା ଏମିତି। ମାଂସ ରପ୍ତାନୀକାରୀ ମୋଇନି କୁରେସିଙ୍କ ବିରୋଧରେ ୫ କୋଟି ଟଙ୍କାର ମନି ଲଣ୍ଡରିଂ ଅଭିଯୋଗ ରହିଥିଲା। ସିବିଆଇ ଏନେଇ ଖୋଳତାଡ଼ କରୁଥିବା ବେଳେ ହାଇଦ୍ରାବାର ଜଣେ ବ୍ୟବସାୟୀ ସତୀଶ ସାନାଙ୍କ ନାଁ ଆଗକୁ ଆସିଥିଲା। ମୋଇନି କୁରେସିଙ୍କ ସହ ସତୀଶଙ୍କର ଲିଙ୍କ୍ ରହିଥିବା ଅଭିଯୋଗ ହୋଇଥିଲା।

ଏହି ମାମଲାରେ ସତୀଶଙ୍କ ନାଁକୁ ବାଦ୍ ଦେବା ପାଇଁ ରାକେଶ ଆସ୍ଥାନାଙ୍କ ସହ ୫ କୋଟି ଟଙ୍କାର ଡିଲ୍ ହୋଇଥିଲା। ୩ କୋଟି ଟଙ୍କା ଆଗୁଆ ଆଡଭାନ୍ସ ନେଇଥିବା ଅଭିଯୋଗ ହୋଇଛି।

ଆଲୋକ ବର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିର୍ଦ୍ଦେ ଶକ ପଦବୀରୁ ହଟାଇବା ଏଠ ହଠାତ୍ ଛୁଟିରେ ପଠାଇବାକୁ ନେଇ ସୁପ୍ରିମକୋର୍ଟରେ ମାମଲା କରିଛନ୍ତି ସେ।

“ସିବିଆଇରେ ଲାଞ୍ଚ କାରବାର ଅଭିଯୋଗ ଆସିବା ଦୁର୍ଭାଗ୍ୟଜନକ। ଏହି ଘଟଣାରେ ସିବଆଇ ଦୁଇ ବରିଷ୍ଠ ନିର୍ଦ୍ଦେଶକ ଫସିଛନ୍ତି। ଏହି ଘଟଣାର କେତେ ସତ୍ୟାସତ୍ୟ ଅଛି ତାହାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରାଯିବ। ତେବେ ମାମଲା ଥଣ୍ଡା କରିବା ପାଇଁ ଦୁଇ ନିର୍ଦ୍ଦେଶକଙ୍କୁ ଛୁଟିରେ ପଠାଯାଇଛି। ତଦନ୍ତ ଶେଷ ହେବା ପରେ ସେମାନେ କାର୍ଯ୍ୟାରେ ଯୋଗଦେବେ”, କହିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ।

Comment