ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ଦିନ ୧୦୭ ବର୍ଷରେ ପଦାର୍ପଣ କରିଛନ୍ତି ଟେଷ୍ଟ୍ କ୍ରିକେଟର ଏଲିନ ଆଶ୍।

ବିଶ୍ୱରେ ଜୀବିତ ଥିବା ସମସ୍ତ ଟେଷ୍ଟ୍ କ୍ରିକେଟରଙ୍କ ମଧ୍ୟରୁ ସେ ହେଉଛନ୍ତି ସବୁଠୁ ବୟସ୍କ। ମଙ୍ଗଳବାର ସେ ତାଙ୍କ ୧୦୭ତମ ଜନ୍ମଦିନ ପାଳନ କରିଛନ୍ତି। ତାଙ୍କର ପୂରା ନାମ ହେଉଛି ଏଲିନ ଆଶ୍।

ଇଂଲଣ୍ଡରେ ୧୯୧୧ ମସିହା ଅକ୍ଟୋବର ୩୦ ତାରିଖରେ ଜନ୍ମ ହୋଇଥିବା ଏଲିନ ୧୯୩୭ ମସିହାରେ ଡେବ୍ୟୁ ଟେଷ୍ଟ୍ ଖେଳିଥିଲେ।

ଏହାଛଡ଼ା ତାଙ୍କର ୧୨ ବର୍ଷର ଅନ୍ତର୍ଜାତୀୟ କ୍ୟାରିଅରରେ ସେ ୭ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ୨୩.୦୦ ହାରରେ ସେ ୧୦ଟି ୱିକେଟ୍ ମଧ୍ୟ ନେଇଥିଲେ।

ଏହାଛଡ଼ା ଏଲିନ ନିଜକୁ ଫିଟ୍ ରଖିବା ପାଇଁ ପ୍ରତିଦିନ ଯୋଗ ମଧ୍ୟ କରନ୍ତି। ଗତ ୩୦ ବର୍ଷ ହେଲା ସେ ଯୋଗ କରୁଛନ୍ତି। ସେଥିପାଇଁ ତାଙ୍କ ଜନ୍ମଦିନ ଅବସରରେ ଆଇସିସି ପକ୍ଷରୁ ଏକ ଭିଡିଓ ଟୁଇଟର ପେଜ୍‌ରେ ଶେୟାର କରାଯାଇଛି।

ଏହି ଭିଡିଓରେ ଏଲିନ ଯୋଗ କରୁଥିବାର ନଜର ଆସୁଛନ୍ତି। ତାଙ୍କ ସହିତ ଇଂଲଣ୍ଡ ମହିଳା କ୍ରିକେଟ୍ ଟିମ୍‌ର ବର୍ତ୍ତମାନର ଅଧିନାୟକ ହିଥର ନାଇଟ୍ ମଧ୍ୟ ଉପସ୍ଥିତ ଅଛନ୍ତି।

Comment