ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଗର୍ଜନ ସମାବେଶ ପାଳିତ ହୋଇଥିଲା। ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ସୁପରିଟେଣ୍ଟେଙ୍କ ପ୍ରତି ମୟୂରଭଞ୍ଜ ଜିଲ୍ଲାପାଳଙ୍କ ମନ୍ତବ୍ୟ ଏବଂ ରାଇରଙ୍ଗପୁରର ଆଦିବାସୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବାରେ ଆଇ.ଟି.ଡି.ଏ. ବିଫଳ ହେଉଥିବାରୁ ଜେଏମ୍ଏମ୍ ପକ୍ଷରୁ ତା’ର ପ୍ରତିବାଦ କରାଯାଇଥିଲା।

ଏହି ଅବସରରେ ଏକ ମୋଟରସାଇକେଲ ରାଲି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ବୁଧବାର ଏକ ପ୍ରତିବାଦ ସଭା ଅନୁଷ୍ଠିତ କରାଯାଇଥିଲା। ତେବେ ଏହି ପ୍ରତିବାଦ ସଭାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବହୁ ବରିଷ୍ଠ ରାଜ୍ୟସ୍ତରୀୟ ନେତାମାନେ ମଧ୍ୟ ଅଂଶଗ୍ରହଣ କରି ଉଭୟ କେନ୍ଦ୍ର ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବରିଷ୍ଠ ନେତା ତଥା ରାଜ୍ୟ ସଭାପତି ମହେଶ ହେମ୍ରମ, ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନାଙ୍କ ସମେତ ଜିଲ୍ଲାର ବହୁ ବିଶିଷ୍ଟ ନେତାମାନେ ଅଂଶଗ୍ରହଣ କରିଥିଲେ।


















