ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଥିପାଇଁ କୁହାଯାଏ ରାଜନୀତିର ଗତି ବିଚିତ୍ର। ଯେଉଁ ଲୋକଟି କାଲି ୟାଙ୍କର ଥିଲା ଏଇନେ ସେ ତାଙ୍କର। ଗତ ବର୍ଷ ଜୁଲାଇ ୪ ତାରିଖରେ ବ୍ରହ୍ମପୁର ନିକଟ ହୁଗୁଳାପେଟାର ନବୀନ ସ୍ୱାଇଁ ଯିଏ ବିଜେପି ସଭାପତି ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କ ସମେତ ଅନ୍ୟ ନେତାମାନଙ୍କୁ ନିଜ ଘରେ ବସାଇ ଭୋଜନରେ ଆପ୍ୟାୟିତ କରିଥିଲେ ସେ ଏବେ ବିଜେଡିରେ ଯୋଗ ଦେଇଛନ୍ତି। ଏହି ଗାଁଟି ହେଉଛି ବ୍ରହ୍ମପୁର ଠାରୁ ୧୨ କିଲୋମିଟର ଦୂର। ଦଳୀୟ କର୍ମୀଙ୍କ ସହିତ ଶାହା ବଡ଼ ମୁହଁ ବଡ଼ କାନରେ ଏହି ଗାଁକୁ ଦଳର କାର୍ଯ୍ୟକ୍ରମ ନେଇ ଯାଇଥିଲେ।

ସ୍ୱାଇଁଙ୍କ ବ୍ୟତୀତ ବଜେପି ସରପଞ୍ଚ ପ୍ରଦୀପ କୁମାର ମାଲାନା ଓ ବିଜେପିର ବହୁ କର୍ମୀ ବିଜେଡ଼ିରେ ଯୋଗ ଦେଇଛନ୍ତି। ଏହି ଅବସରରେ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଉପସ୍ଥିତ ଥିଲେ।

ଅମିତ ଶାହଙ୍କୁ ଘରେ ଖାଇବାକୁ ଦେଇ ନବୀନ ସ୍ୱାଇଁ ସେହି ଅଞ୍ଚଳରେ  ଲୋକପ୍ରିୟ ହୋଇପଡିଥିଲେ। କିନ୍ତୁ ଏହି ଲୋକପ୍ରିୟତାର ଫାଇଦା ଉଠାଇ ନେଇଛି ଶାସକ ବିଜେଡି। ବିଜେଡି ତାର ସବୁ ପ୍ରତିଶ୍ରୁତିକୁ ପାଳନ କରୁଥିବାରୁ ସେ ଏହି  ଦଳରେ ଯୋଗ ଦେଇଥିବା କଥା ନବୀନ ସ୍ୱାଇଁ କହିଛନ୍ତି। ଏହି ଘଟଣାରେ ବିଜେପିର ସ୍ଥାନୀୟ ନେତା ଓ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି କହିଛନ୍ତି ଯେ ନବୀନ ସ୍ୱାଇଁ କେବେ ବି ବିଜେପିର ନଥିଲେ। ସେ ଜଣେ ଅତି ଗରିବ ଲୋକ ହୋଇଥିବାରୁ ତାଙ୍କ ଘରକୁ ଆମେ  ଅମିତ  ଶାହଙ୍କୁ ନେଇ ଯାଇଥିଲୁ ବୋଲି ପତି କହିଛନ୍ତି।

Comment