ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ପୋଲିସ ସୋମବାର ୪ଜଣ ଦଲାଲଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ଲକ୍ଷ୍ୟାଧିକ ଟଙ୍କା ସମେତ ଵହୁ ଵେଆଇନ ସାମଗ୍ରୀ ଜବତ କରିଛି।

ଏହି ଦଲାଲମାନେ ବିଭିନ୍ନ ରାଜ୍ୟର ସେଲଟ୍ୟାକ୍ସ ଅଫିସର, ପରିଵହନ ଅଧିକାରୀମାନଙ୍କ ଦସ୍ତଖତ ସିଲ, ବିଭିନ୍ନ ସରକାରୀ ଫର୍ମ ରଖି ବିଭିନ୍ନ ଗାଡ଼ି ଚାଳକମାନଙ୍କ ଠାରୁ ବେଆଇନ ଚାନ୍ଦା ଆଦାୟ କରୁଥିଲେ।

ଝାରପୋଖରିଆ ପୋଲିସ ସେମାନଙ୍କ ନିକଟରୁ ୩ ଲକ୍ଷରୁ ଅଧିକ ଟଙ୍କା, ୧୨ଟି ମୋଵାଇଲ, କମ୍ପ୍ୟୁଟର, ବିଭିନ୍ନ ରାଜ୍ୟର ବିଭିନ୍ନ ଅଧିକାରୀମାନଙ୍କ ଦସ୍ତଖତ ସିଲ ଜବତ କରିଛନ୍ତି।

ସୋମବାର ରାତିରେ ବିଭିନ୍ନ ସ୍ଥାନରେ ଝାରପୋଖରିଆ ପୋଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦିଲ୍ଲୀପ ନାଏକ, ଅନନ୍ତ ସୋରେନ, ଅନନ୍ତ ମହାନ୍ତ ଏବଂ ବିଟୁ ଵେରା।

ସମସ୍ତ ଅଭିଯୁକ୍ତ ଝାରପୋଖରିଆ ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମର ଅଧିବାସୀ। ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି। ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ଝାରପୋଖରିଆ ପୋଲିସ।

Comment