ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆପଣଙ୍କ ପାଖକୁ ବ୍ୟାଙ୍କ ମେସେଜ ଆସୁଥିଲେ ମଧ୍ୟ ତାହାକୁ ଆପଣ ବିଶେଷ ଧ୍ୟାନ ଦେଉନଥିବେ। କିନ୍ତୁ ଜାଣିରଖନ୍ତୁ ଆପଣଙ୍କ ପୁରୁଣା ଡେବିଟ ଓ କ୍ରେଡିଟ କାର୍ଡ ଡିସେମ୍ବର ୩୧ ପର୍ଯ୍ୟନ୍ତ କାମ କରିବ। ଅନଲାଇନ ଠକାମୀରୁ ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ଖୁବଶୀଘ୍ର ଗ୍ରାହକମାନେ ଡେବିଟ୍ ଓ କ୍ରେଡିଟ୍ କାର୍ଡକୁ ଅପଗ୍ରେଡ କରିନିଅନ୍ତୁ। ଡେବିଟ ଓ କ୍ରେଡିଟ୍ କାର୍ଡର ଗୋପନୀୟତା ରହିବା ଦ୍ୱାରା ସହଜରେ କେହି ଠକି ପାରିବେ ନାହିଁ।

ଆରବିଆଇ ପକ୍ଷରୁ ଯେଉଁ ନିର୍ଦ୍ଦେଶ ଦିଆଯାଇଛି ତାହା ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ କାର୍ଡ ପାଇଁ ଉପଲବ୍ଧ। କାର୍ଡର ଅବଧି ୨୦୧୮ ମସିହା ପରେ ଥିଲେ ବି ତାହାକୁ ଡିସେମ୍ବର ୩୧ ସୁଦ୍ଧା ବଦଳାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଚଳିତ ବର୍ଷ ଜୁନ ମାସ ସୁଦ୍ଧା ୯୪୪ ମିଲିୟନ ସକ୍ରିୟ ଡେବଟ୍ କାର୍ଡ ଓ ୩୯ ମିଲିୟନ ସକ୍ରିୟ କ୍ରେଡିଟ୍ କାର୍ଡ ରହିଛି। ଏହି ନୂଆ କାର୍ଡ ଆବେଦନ କରିବା ପାଇଁ ଗ୍ରାହକଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ।

ବ୍ୟାଙ୍କକୁ ନିଜର ପାସବୁକ୍ ନେଇ ଯିବା ସହ ଫର୍ମ ପୂରଣ କରି ଜମା କରିଦେଲେ ଆପଣଙ୍କୁ କାର୍ଡ ମିଳିଯିବ। ଯଦି ବ୍ୟାଙ୍କ ଯାଇପାରୁ ନାହାନ୍ତି ତାହାଲେ ଅନଲାଇନରେ ବି ଆବେଦନ କରିପାରିବେ।

Comment