ଓଡ଼ିଶାଲାଇଭ୍ ବ୍ୟୁରୋ

ଚିଲିକା ବିସ୍ଫୋରଣରେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ଚିଲିକା କୂଳରେ ବିସ୍ଫୋରଣ ଘଟି ୪ଜଣ ମାଛ ଧରାଳି ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ପୁରୀ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହତମାନେ ହେଲେ ଅଭିନାଶ ବେହେରା, ଅଭିରାମ ବେହେରା, ନରସିଂହ ବେହେରା ଓ ବବୁଲ ବେହେରା।

ସ୍ଥାନୀୟ ପୋଲିସ କହିବାନୁସାରେ, ଶୁକ୍ରବାର ସକାଳେ ଏହି ଅଭାବନୀୟ ଘଟଣା ଘଟିଛି। ଏପର୍ଯ୍ୟନ୍ତ ବିସ୍ଫୋରଣର କାରଣ ଜଣାପଡ଼ିନାହିଁ।

ଆହତମାନେ ହେଉଛନ୍ତି ଅରଖକୁଦା ଭାଗବତ ସାହିର ବାସିନ୍ଦା। ସମସ୍ତଙ୍କ ଶରୀରର କିଛି କିଛି ଅଂଶ ପୋଡ଼ି ଯାଇଛି। କିନ୍ତୁ ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ, ଚିଲିକା କୂଳରେ ଥିବା ସବୁ ଗାଁ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।

Comment