ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିଲିକା ମଝିରେ ଫସିଲା ଭସାପୋଲ। ଏଥିରେ ୭୦ରୁ ୮୦ ଯାତ୍ରୀ ଫସି ରହିଥିବା ଜଣାପଡ଼ିଛି। ଏହାସହ ପୋଲରେ ଗୋଟିଏ ବସ୍‌, କାର ଓ ବାଇକ ମଧ୍ୟ ଫସି ରହିଛି। ପ୍ରବଳ ପବନ ଯୋଗୁଁ ନିର୍ଦ୍ଧାରିତ ରୁଟ୍‌ରୁ ଭସାପୋଲଟି ବାହାରକୁ ଚାଲିଯାଇଥିବା କୁହାଯାଉଛି।

ଭସାପୋଲଟି ଜହ୍ନିକୁଦରୁ ସାତପଡ଼ା ଆସିଲା ବେଳେ ଏଭଳି ଅଘଟଣ ଘଟିଛି। ଅନ୍ୟ ଏକ ଭସାପୋଲ ମାଧ୍ୟମରେ ସମସ୍ତଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ ହୋଇଛି।

ଗତ ୨ ତାରିଖରେ କାଳିଜାଈରୁ ଫେରିଲା ବେଳେ ଚିଲିକାରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ି ଯାଇଥିଲା। ଫଳରେ ସମସ୍ତ ଯାତ୍ରୀ ବୁଡ଼ି ଯାଇଥିଲେ। ଅନ୍ୟ ଏକ ଡଙ୍ଗାରେ ଆସୁଥିବା ଲୋକ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏଥିରେ ୬ ଜଣ ଗୁରୁତର ହୋଇଥିଲେ।

Comment