ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଧିକାଂଶ ସମୟରେ ଆମେ ଚିରାଫଟା ନୋଟକୁ ନେଇ ସମସ୍ୟାର ସମ୍ମୁଖୀନ ହୋଇଥାଉ।  ଫଟା ନୋଟ୍ ସହିତ କ’ଣ କରିବା ଉଚିତ୍ ଅଧିକାଂଶ ଲୋକଙ୍କୁ ଜଣାନଥାଏ। ଜାଣନ୍ତୁ କେବେ ଓ କେମିତି ଏହାକୁ ବଦଳାଯାଇପାରିବେ।

କିଛିଟା ପରିସ୍ଥିତିରେ ନୋଟ୍ ଗୁଡିକୁ ବଦଳାଯାଇପାରିବନି। ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମ ଅନୁସାରେ, ବହୁତ ପୋଡିଯାଇଥିବା, ଖଣ୍ଡ ଖଣ୍ଡ ହୋଇଯାଇଥିବା ନୋଟ୍ କୁ ବଦଳାଯାଇପାରିବ ନାହିଁ। ଏହି ପ୍ରକାରର ନୋଟ୍ ଗୁଡିକୁ ଆରବିଆଇର ଇସ୍ୟୁ ଅଫିସକୁ ଯାଇପାରିବ।

ଏହା ସହିତ ଯେଉଁ ନୋଟ୍ ଗୁଡିକ ଉପରେ ନାରା କିମ୍ବା ରାଜନୈତିକ ସନ୍ଦେଶ ଲେଖା ହୋଇଥିବ, ତାକୁ ବି ମୁଦ୍ରା ଭାବେ ବ୍ୟବହାର କରାଯାଇପାରିବନି। ଯଦି ବ୍ୟାଙ୍କ ଅଧିକାରୀ ଜାଣିଲେ କି ଆପଣ ଜାଣି ଶୁଣି ନୋଟ୍ ଫାଡ଼ିଛନ୍ତି, ତେବେ ଆପଣଙ୍କୁ ନୋଟ୍ ବଦଳାଇବାକୁ ଅନୁମତି ଦେବେ ନାହିଁ।

ଆରବିଆଇର ନୂଆ ନିୟମ ଅନୁସାରେ, ପ୍ରତ୍ୟେକ ବ୍ୟାଙ୍କକୁ ପୁରୁଣା, ଫଟା କିମ୍ବା ମୋଡି ହୋଇଥିବା ନୋଟ୍ ସ୍ୱୀକାର କରିବାକୁ ହେବ। କିନ୍ତୁ ତାହା ନକଲି ହେବା କଥା ନୁହେଁ। ସେଥିପାଇଁ ଆପଣ ସହଜରେ ନିକଟତର ବ୍ୟାଙ୍କ ଶାଖାକୁ ଯାଇ ନିଜ ନୋଟ୍ ବଦଳାଇପାରିବେ। ଆପଣ ୫ଟି ନୋଟ୍ ପର୍ୟ୍ୟନ୍ତ ବ୍ୟାଙ୍କରେ ବଦଳାଇପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ।

Comment