ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିସେମ୍ବର ୧୧ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଜାନୁଆରୀ ୮ ତାରିଖ ଯାଏଁ ଚାଲିବ ଏହି ଅଧିବେଶନ। ଏହି ଅଧିବେଶନରେ ମୋଟ ୨୪ଟି କାର୍ଯ୍ୟ ଦିବସ ରହିଥିବା କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋଏଲ ସୂଚନା ଦେଇଛନ୍ତି।

୨୦୧୯ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ପାଇଁ ଏହା ପୂର୍ଣ୍ଣାଙ୍ଗ ଅଧିବେଶନ ବୋଲି କୁହାଯାଉଛି। ତିନ ତଲାକ ବିଲ ଓ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ସମ୍ପର୍କୀୟ ବିଲ୍ ଚଳିତ ଅଧିବେଶନରେ ଆଗତ ହୋଇପାରେ।

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଆରଏସ୍ଏସ୍ ଓ କିଛି ହିନ୍ଦୁ ସଂଗଠନ ମୋଦି ସରକାରଙ୍କ ଉପରେ ଚାପ ପକାଇ ଆସୁଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସଂସଦର ଶୀତକାଳୀନ ଅଧିବେଶନ ଯେଉଁଦିନ ଆରମ୍ଭ ହେଉଛି ସେହିଦିନ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ। ଏଣୁ ଅଧିବେଶନ ଆରମ୍ଭରୁ ଗୃହ ସରଗରମ୍ ରହିବ ବୋଲି ଚର୍ଚ୍ଚା ହେଉଛି।

ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର ମାସରୁ ଆରମ୍ଭ ହୋଇଥାଏ। କିନ୍ତୁ ଗତ ଦୁଇ ବର୍ଷ ହେଲା ଏହି ଅଧିବେଶନ ଡିସେମ୍ବର ମାସରୁ ଆରମ୍ଭ ହେଉଛି।

ଚଳିତ ବର୍ଷ ୫ଟି ରାଜ୍ୟ ମଧ୍ୟପ୍ରଦେଶ,  ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା, ମିଜୋରାମରେ ବିଧାନସଭା ନିର୍ବାଚନ ହେଉଥିବାରୁ ବିଳମ୍ବରେ ଏହି ଅଧିବେଶନ ହେଉଛି।

Comment