ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ଓଡ଼ିଶା ଉପରେ ଫୋକସ୍ କରିବ ବିଜେପି।

ଆସନ୍ତା ମାସ ଶେଷ ଆଡ଼କୁ ଓଡ଼ିଶାର ରାଜନୀତିରେ ବହୁ ହଟଚମଟ ଦେଖାଦେବା କ୍ରମଶଃ ସ୍ପଷ୍ଟ ହୋଇଛି। ଲୋକସଭା ଓ ବିଧାନସଭା ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ରାଜନୈତିକ ଦଳମାନେ ଏଇକ୍ଷଣି ସେତିକି ସେତିକି ତତ୍ପର ହେବା ଦେଖାଯାଉଛିଏହି କ୍ରମରେ ବିଜେପିର ରଣନୀତି ସମ୍ପର୍କରେ ଏବେ କିଛି ସୁରାକ ମିଳିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶାରେ ବେଶ୍ କିଛି ରାଲି କରିବାକୁ ଯାଉଛନ୍ତିବିଜେପି ଶାସିତ ଯେଉଁ ୫ଟି ରାଜ୍ୟରେ ଏବେ ବିଧାନସଭା ନିର୍ବାଚନ ଚାଲିଛି ସେଗୁଡ଼ିକ ସରିଯିବା ପରେ ଉଭୟ ନେତା ଓଡ଼ିଶା ଉପରେ ମାଡ଼ କରିବେଓଡ଼ିଶାରେ ବିଜେପିର ଭିତ୍ତିକୁ ଦୃଢ଼ କରିବା ହେଉଛି ଦୁଇ ନେତାଙ୍କ ଲକ୍ଷ୍ୟ

ବିଜେପି ପକ୍ଷରୁ ଓଡ଼ିଶାରେ କିଛି ଦିନ ତଳେ ଏକ ଆଭ୍ୟନ୍ତରୀଣ ସର୍ଭେ କରାଯାଇଥିଲାଏହି ସର୍ଭେ ଅନୁସାରେ ଆଗାମୀ ନିର୍ବାଚନରେ ବିଜେପିର ସ୍ଥିତି ଏତେଟା ଭଲ ନୁହଁଏଣୁ ଲୋକସଭା ନିର୍ବାଚନ ପୂର୍ବରୁ ଯେତେ ସମ୍ଭବ ରାଲି କରାଯାଇ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରାଯିବବିଜେପିର ଆଭ୍ୟନ୍ତରୀଣ ସର୍ଭେ କହୁଛି ଯେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବେ ବି ଶୀର୍ଷରେ ରହିଛି ଓ ପଞ୍ଚମ ଥର ପାଇଁ ଯଦି ସେ ମୁଖ୍ୟମନ୍ତ୍ରୀ ହୁଅନ୍ତି ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ

ଅବଶ୍ୟ ବହୁ ଦିନ ଧରି ବିଜେପିର ରାଜ୍ୟ ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ପୁରୀରୁ ପ୍ରାର୍ଥୀ କରାଯାଇପାରେ ବୋଲି ଏକ ଗୁଗୁଲି ବଜାରକୁ ଛଡ଼ାଯାଇଛିଏପରିକି ଅମିତ ଶାହ ମଧ୍ୟ ଓଡ଼ିଶାରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛିଏହାକୁ ଦୃଷ୍ଟିରେ ରଖି ବିପୁଳସଂଖ୍ୟକ ନିର୍ବାଚନ ସଭା ଅନୁଷ୍ଠିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି

ଚର୍ଚ୍ଚା ହେଉଛି ଯେ କେନ୍ଦ୍ର  ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ସାମ୍ନାକୁ ଛଡ଼ା ଯାଇପାରେକିନ୍ତୁ ବିଜେପିର ରାଜ୍ୟ ନେତାମାନେ ଏନେଇ  ଦୋ ଦୋ ପାଞ୍ଚ ଅବସ୍ଥାରେ ଅଛନ୍ତିକାରଣ ବିଗତ କିଛି ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ଯେଉଁଭଳି ବଢ଼ି ଚାଲିଛି ସେଥିରେ ଧର୍ମେନ୍ଦ୍ରଙ୍କ ପ୍ରତି ସମର୍ଥନ କିଛିଟା ମାଡ଼ ଖାଇଛି

ପେଟ୍ରୋଲ ଡିଜେଲ ଦର ବୃଦ୍ଧି ସତ୍ତ୍ୱେ ଓ ବିଜେପି ପ୍ରତି ଲୋକଙ୍କର କ୍ରୋଧ ବଢ଼ୁଥିବା ବେଳେ ଦଳ ପକ୍ଷରୁ କୁହାଯାଉଛି ଯେ ଏଥର ଓଡ଼ିଶାରେ ସରକାର ଗଢିବା ନିଶ୍ଚିତପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲି ଏ ଦିଗରେ ସାହାଯ୍ୟ କରିବ ବୋଲି ବିଜେପି ନେତାମାନେ ଆକଳନ କରୁଛନ୍ତିମୋଦିଙ୍କ ନିର୍ବାଚନ ସଭା ଲୋକଙ୍କ ମନୋବୃତ୍ତିରେ ପରିବର୍ତ୍ତନ ଆଣିଦେବ ବୋଲି ନେତାମାନେ ହିସାବ କରୁଛନ୍ତି

ବିଜେପିର ନେତାମାନେ ପସ୍ତେଇବା ଢଙ୍ଗରେ କହୁଛନ୍ତି ଯେ ୧୯୯୭ରେ ବିଜେଡି ସହିତ ମେଣ୍ଟ କରିବା ମସ୍ତବଡ଼ ଭୁଲ ଥିଲାସେହି ସମୟରେ ରାଜ୍ୟରେ  ବିଜେପିର ଭୋଟ ହାର ୧୭ ପ୍ରତିଶତ ଥିଲା ଓ ବିଜେଡିର ମଧ୍ୟ ଉଣାଅଧିକେ  ସେୟା ଥିଲାହେଲେ ଶାସକ ବିଜେଡି ବିଜେପିର ପିଠିରେ ବସି କ୍ଷମତା ହାସଲ କରିଚାଲିଛି ବୋଲି ବିଜେପି ନେତାମାନେ ଅଭିଯୋଗ  କରୁଛନ୍ତି। ‘ଏବେ ଲୋକେ ପ୍ରକୃତ କଥା ବୁଝିଲେଣି ଓ ଆସନ୍ତା ନିର୍ବାଚନରେ ଦଳର ବିଜୟ ସୁନିଶ୍ଚିତ‘ – ଏହା ହେଉଛି ବିଜେପିର ମତ

Comment