ଓଡ଼ିଶାଲାଇଭ୍ ବ୍ୟୁରୋ

ଢେଙ୍କାନାଳ ଜିଲ୍ଲାରେ ନିର୍ମାଣ ହେବାକୁ ଥିବା ବିୟର ଫ୍ୟାକ୍ଟ୍ରିକୁ ବାତିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଢେଙ୍କାନାଳ ଜିଲ୍ଲାର ବଳରାମପୁରଠାରେ ନିର୍ମାଣ ହେବାକୁ ଥିବା ବିୟର ଫ୍ୟାକ୍ଟ୍ରିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତିଲ କରିଛନ୍ତି। ସୋମବାର ଆର୍‌ଡିସି ରିପୋର୍ଟ ଆଧାରରେ ଏହି ଶୁଣାଣି ହୋଇଥିଲା।

କିଛିଦିନ ତଳେ ବଳରାମପୁର ଓଡ଼ପଡ଼ା ବ୍ଲକ ଝିଙ୍କରଡ଼ିହ ଜଙ୍ଗଲରେ ବିୟର ଫ୍ୟାକ୍ଟ୍ରି ପାଇଁ ଗଛ କଟା ଯାଉଥିଲା। ଏହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା।

ଏବିଷୟରେ ମୁଖ୍ୟମନ୍ତ୍ରୀ ଜାଣିବା ପରେ ତଦନ୍ତ କରିବା ପାଇଁ ଆର୍‌ଡିସିଙ୍କୁ ନିୟୋଜିତ କରିଥିଲେ। ସୋମବାର ତଦନ୍ତ ରିପୋର୍ଟ ମୁତାବିକ ଢେଙ୍କାନାଳରେ ହେବାକୁ ଥିବା ବିୟର ଫ୍ୟାକ୍ଟ୍ରିକୁ ବାତିଲ କରିଥିଲେ ମୁଖ୍ୟମନ୍ତ୍ରୀ। ଏଥିସହ ସେଠାରେ ପୁଣିଥରେ ବୃକ୍ଷରୋପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୋମବାର ବିଧାନସଭାର ତୃତୀୟ ଦିନରେ ବିୟର ଫ୍ୟାକ୍ଟ୍ରିକୁ ନେଇ ଗୃହରେ ହଟଗୋଳ ହୋଇଥିଲା। ଏଥିସହ ଅବାଧରେ ଶହ ଶହ ଗଛ କଟା ହେଉଥିବାକୁ ନେଇ ବିରୋଧୀଦଳ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here