ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ସୋମବାର ଦିନ ପଦ୍ମପୁରର ବିଧାୟକ ଭାବେ ଶପଥ ନେବେ ବିଜେଡିର ନବନିର୍ବାଚିତ ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା। ପଦ୍ମପୁରର ବିଧାନସଭା ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିବା ବର୍ଷା ସିଂ ବରିହା ଶୁକ୍ରବାର ଦିନ ଭୁବନେଶ୍ଵର ସ୍ଥିତ ନବୀନ ନିବାସରେ ପହଞ୍ଚି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆଶୀର୍ବାଦ ନେଇ କୃତଜ୍ଞତା ଜଣାଇଥିଲେ।

ପଦ୍ମପୁର ବିଧାନସଭା ଉପନିର୍ବାଚନରେ ୪୨ ହଜାରରୁ ଅଧିକ ଭୋଟରେ ବିଜୟ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ବିଜେଡିର ବିପୁଳ ବିଜୟ ପରେ ଶଙ୍ଖ ଶିବିରରେ ଉତ୍ସବ ପାଳନ କରାଯାଇଥିଲା। ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ଲାଗି ମତଦାନ ହୋଇଥିବାବେଳେ ୮ ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା। ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଭୁବନେଶ୍ଵରର ଆସିଥିଲେ ବର୍ଷା।

ଏହା ପୂର୍ବରୁ ବର୍ଷା ନିଜ ଶାଶୂ ଘରକୁ ଯାଇଥିଲେ। ଶଶୁର ବିଜେପିର ବରିଷ୍ଠ ନେତା ରମା ରଞ୍ଜନ ବଳିଆରସିଂହ ଏବଂ ଶାଶୁଙ୍କ ଆଶୀର୍ବାଦ ନେବା ପରେ ନବୀନ ନିବାସ ଯାଇଥିଲେ ବର୍ଷା ସିଂ ବରିହା। ଆସନ୍ତା ଡିସେମ୍ବର ୧୨ ତାରିଖରେ ବର୍ଷା ପଦ୍ମପୁରର ବିଧାୟକ ଭାବେ ଶପଥ ଗ୍ରହଣ କରିବେ।

Tags: #BarsaSinghBariha #BJD #OdishaCM #PadampurByelection #OathTaking

Comment