ଓଡିଶାଲାଇଭ୍ ବ୍ୟୁରୋ

ଧାମରାରେ ଅନୁଷ୍ଠିତ ହୋଇଥିବା ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ‘ଉଡ଼ାନ’ରେ ଯୋଗ ଦେଇଥିଲେ ୧୫୦ ଛାତ୍ରଛାତ୍ରୀ।

ଧାମରାରେ ଶେଷ ହୋଇଛି ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ‘ଉଡ଼ାନ’। ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଧାମରା ବନ୍ଦରର ଆଦାନୀ ଫାଉଣ୍ଡେସନ ଦ୍ୱାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଧାମରା ବନ୍ଦର ନିକଟସ୍ଥ ବିଭିନ୍ନ ବିଦ୍ୟାଳୟ ଗୁଡ଼ିକରେ ‘ଉଡ଼ାନ’ କାର୍ଯ୍ୟକ୍ରମ ନଭେମ୍ବର ୨୦ ଏବଂ ୨୧ ତାରିଖ ଦୁଇଦିନ ଧରି ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ଦୋସିଙ୍ଗା ହାଇସ୍କୁଲ ଓ ଭଦ୍ରକ ଏସ୍ଡ଼ିବି ଇଣ୍ଟରନ୍ୟାସନାଲ ସ୍କୁଲର ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ଧାମରା ପୋର୍ଟ ପରିସରରେ ଥିବା ବିଭିନ୍ନ ବନ୍ଦର ଭିତ୍ତିକ ଯନ୍ତ୍ରପାତିର ପରିଚାଳନା, ଜାହାଜ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ସମ୍ପର୍କରେ  ଛାତ୍ରଛାତୀଙ୍କୁ ସୂଚନା ଦିଆଯାଇଥିଲା। ବନ୍ଦର ତରଫରୁ ବିଭିନ୍ନ ବିଭାଗର ଦକ୍ଷ ପଦାଧିକାରୀମାନେ ଛାତ୍ରଛାତ୍ରୀଙ୍କୁ ବନ୍ଦର ବିଷୟରେ ସବିଶେଷ ବିବରଣୀ ଦେଇଥିଲେ।

ତେବେ ଏହି ଉଡ଼ାନ କାର୍ଯ୍ୟକ୍ରମ ଗତ କିଛି ବର୍ଷ ହେଲା ବନ୍ଦରରେ ଚାଲୁଥିବାରୁ ଏଥିରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃହତ୍ତ ଚିନ୍ତାଧାରା ସୃଷ୍ଟି କରିବା ଏବଂ ଭବିଷ୍ୟତରେ ଏହାକୁ ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବା।

Comment