ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ବିଶ୍ୱକପକୁ ଆଖି ଆଗରେ ରଖି ଭୁବନେଶ୍ୱରରେ ବିଳମ୍ବିତ ରାତି ଯାଏଁ ଖୋଲା ରହିବ ମଦ ଦୋକାନ।

ନଭେମ୍ବର ୨୦ରୁ ଡିସେମ୍ବର ୨୦ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ମଦ ଦୋକାନ ରାତି ୧ଟା ୩୦ ଯାଏଁ ଖୋଲା ରହିବ। ହକି ବିଶ୍ୱକପ୍‌କୁ ଆଖିଆଗର ରଖି ଅବକାରୀ ବିଭାଗ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣୁ ଭୁବନେଶ୍ୱରରେ ଥିବା ସମସ୍ତ ବାର୍ ଓ ପବ୍ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିବ।

ଆଗକୁ ଥିବା ହକି ବିଶ୍ୱକପ୍‌କୁ ଦେଖିବା ପାଇଁ ବିଭିନ୍ନ ରାଷ୍ଟ୍ରରୁ ହକିପ୍ରେମୀ ତଥା ପର୍ଯ୍ୟଟକଙ୍କ ରାଜଧାନୀ ଭୁବନେଶ୍ୱରରେ ଭିଡ଼ ଲାଗିଲାଣି। ଏହାକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ନୂଆ ନିୟମ ଲାଗୁ କରିଛି। ଏଣିକି ରାଜ୍ୟରେ ଜାତୀୟ ଓ ଅନ୍ତର୍ଜାତୀୟ ମେଗା ଇଭେଣ୍ଟ ହେଲେ ମଦ ଦୋକାନର ସମୟସୀମାକୁ ବଢ଼ାଇ ଦିଆଯିବ ବୋଲି ସୂଚନା ମିଳିଛି।

ଅନ୍ୟପଟରେ ସରକାରଙ୍କ ଏଭଳି ନିୟମକୁ ବିରୋଧ କରିଛି ନିଶା ନିବାରଣ ସଂଘ।

Comment