ଓଡ଼ିଶାଲାଇଭ୍ ବ୍ୟୁରୋ

ଆତଙ୍କବାଦୀ ମହମ୍ମଦ ଅଜମଲ୍ ଅମୀର କସାବ। ଏହି ନାଁ ସହିତ ଭରତବାସୀ ବେଶ୍ ଭଲଭାବେ ପରଚିତ। ହେଲେ ଏହି କୁଖ୍ୟାତ ଆତଙ୍କବାଦୀର ଫଟୋ ପ୍ରଥମ ଥର ପାଇଁ ସମସ୍ତଙ୍କ ସାମ୍ନାକୁ ଆଣିଥିବା ଫଟୋଗ୍ରାଫରଙ୍କୁ ଜାଣିଛନ୍ତି କି? ଯଦି ନା ତାହାଲେ ଜାଣନ୍ତୁ।

ଆତଙ୍କବାଦୀ କସାବର ଫଟୋକୁ କ୍ୟାମେରା ଲେନ୍ସରେ କଏଦ କରିଥିବା ଫଟୋଗ୍ରାଫର ହେଲେ ସିବାଷ୍ଟିଆନ ଡି ସୌଜା।

ସିବାଷ୍ଟିଆନ ହେଉଛନ୍ତି ଜଣେ ଫଟୋ ସାମ୍ବାଦିକ। ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସର ଠିକ୍ ପଛପଟେ ସିବାଷ୍ଟିଆନଙ୍କ ଅଫିସ।

୨୦୦୮ ନଭେମ୍ବର ୨୬ରେ ସିବାଷ୍ଟିଆନ ଅଫିସରେ ନିଜ କାମ କରୁଥିବା ବେଳେ ଗୁଳି ଶବ୍ଦ ଶୁଣି ଧାଇଁ ଆସିଥିଲେ ଛତ୍ରପତି ଶିବାଜୀ ଟର୍ମିନସକୁ। ନିଜ ଜୀବନକୁ ଖାତିର ନକରି ଏକ ଟ୍ରେନ ପଛରେ ଲୁଚି କଏଦ କରିଥିଲେ ଆତଙ୍କବାଦୀ କସାବର ଫଟୋ। ଏକେ ୪୭ ରାଇଫଲରେ ଆତଙ୍କବାଦୀ କସାବ ଗୁଳି କରୁଥିବାର ଛବିକୁ ନିଜ କ୍ୟାମେରାରେ ଉତ୍ତୋଳନ କରିଥିଲେ ସେ।

କସବ୍‌ର ଯେଉଁ ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି ଏହି ଫଟୋ ପଛର ନାୟକ ହେଉଛନ୍ତି ସିବାଷ୍ଟିଆନ ଡି’ ସୌଜା

୨୦୦୮, ୨୬/୧୧ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ପୂରିଛି ୧୦ ବର୍ଷ। ହେଲେ ଏଯାଏଁ ଲୋକଙ୍କ ମନରୁ ଯାଇନି ସେହି କରୁଣ ଦୃଶ୍ୟ। ଆଜିବି ସେହି ଲୋମଟାଙ୍କୁରା ଦୃଶ୍ୟକୁ ମନେପକାଉଛନ୍ତି ଦେଶର ଜନସାଧାରଣ।

୧୦ଜଣ ଆତଙ୍କବାଦୀ ହାତରେ ବନ୍ଧୁକ ଧରି ମୁମ୍ବାଇରେ ନରସଂହାର କରିଥିଲେ। ୧୦ ଆତଙ୍କବାଦୀଙ୍କ ଭିତରୁ କସାବ୍‌କୁ ଜୀବନ୍ତ ଗିରଫ କରାଯାଇଥିଲା।

ଏହି ଆକ୍ରମଣରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ୧୧୬ ଜଣ ନିରୀହ ଲୋକ ତଥା ପୋଲିସ ଅଫିସର।

Comment