ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଗାର୍ଲଫ୍ରେଣ୍ଡ ଗିନ୍ନି ଚତରଥଙ୍କୁ ବିବାହ କରିବେ କପିଲ। ନିମନ୍ତ୍ରଣ କାର୍ଡ ଶେୟାର କରି ଫ୍ୟାନମାନଙ୍କୁ ଜଣାଇଲେ ବିବାହର ତାରିଖ।

ବଲିଉଡରେ ବିବାହ ସିଜନ ଚାଲିଥିବା ବେଳେ ଏଥିରେ ଯୋଡ଼ି ହୋଇଯାଇଛି ଆଉ ଏକ ନାମ। ବିବାହ କରିବାକୁ ଯାଉଛନ୍ତି କମେଡି କିଙ୍ଗ୍ କପିଲ ଶର୍ମା।

ମଙ୍ଗଳବାର ନିଜ ଇନଷ୍ଟାଗ୍ରାମ ପେଜରେ ବିବାହର ନିମନ୍ତ୍ରଣ ପତ୍ରକୁ ଶେୟାର କରି ବିବାହର ତାରିଖ ଘୋଷଣା କରିଛନ୍ତି କପିଲ। ଡିସେମ୍ବର ୧୨ ତାରିଖରେ ନିଜ ଗର୍ଲଫ୍ରେଣ୍ଡ ଗିନ୍ନି ଚତରଥଙ୍କ ସହ କପିଲ ବିବାହ କରିବାକୁ ଯାଉଛନ୍ତି।

ଏହି ଭବ୍ୟ ବାହାଘର ଗର୍ଲଫ୍ରେଣ୍ଡ ଗିନ୍ନିଙ୍କ ହୋମଟାଉନ ପଞ୍ଜାବର ଜଳନ୍ଧର ସହରରେ ହେବାକୁ ଯାଉଛି। ବିବାହ ପରେ ୧୪ ଡିସେମ୍ବରକୁ ଅମୃତସରରେ ଉଭୟଙ୍କ ରିସେପ୍ସନ ହେବ।

ବିବାହ କାର୍ଡରେ ସମସ୍ତଙ୍କ ଆର୍ଶୀବାଦ କାମନା କରି ‘ନିଡ୍ ଇୟୋର ବ୍ଲେସିଙ୍ଗ’ ଲେଖିଛନ୍ତି କପିଲ୍।

Comment