ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ପୁଣିଥରେ କ୍ୟାମେରା ଆଗରେ ଏକାଠି ହୋଇଛନ୍ତି କମେଡି ଜଗତର ନାମୀଦାମୀ ଦୁଇ କଳାକାର କପିଲ ଓ ସୁନୀଲ। ବଲିଉଡ୍ ଭାଇଜାନ ସଲମାନ ଖାନ୍ ଏହି ବଲିଉଡର ଏହି ଦୁଇ ପୁରୁଣା ସାଙ୍ଗଙ୍କୁ ପୁଣି ଏକାଠି କରିଛନ୍ତି।

ଡିସେମ୍ବର ୨୦ ତାରିଖରେ ସଲମାନ ଖାନଙ୍କ ଭାଇ ଅରବାଜ୍ ଖାନଙ୍କ ଜନ୍ମଦିନ ଥିଲା। ଏଥିରେ ବଲିଉଡର ନାମୀଦାମୀ କଳାକାରଙ୍କ ସହ କପିଲ ଓ ସୁନୀଲ ମଧ୍ୟ ଯୋଗ ଦେଇଥିଲେ। ଏହି ବାର୍ଥ ଡେ’ ପାର୍ଟିରେ କପିଲ ଓ ସୁନୀଲ ସଲମାନଙ୍କ ସହ ମିଶି ଫଟୋ ଉଠାଇଛନ୍ତି। ବାର୍ଥ ଡେ’ ପାଟିରେ ଯୋଗଦେବାପରେ କପିଲ ଶର୍ମା ଏହି ଫଟୋକୁ ତାଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେଆର କରିଥିଲେ।

ଗତବର୍ଷ କପିଲ ଓ ସୁନୀଲଙ୍କ ମଧ୍ୟରେ ଝଗଡ଼ା ହେବା କାରଣରୁ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏହାପରେ ଦୁଇ ଜଣଙ୍କୁ ଆଉ ଏକାଠି କୌଣସି କମେଡି ସୋ’ରେ ଦେଖିବାକୁ ମିଳିନଥିଲା। ତେବେ ଏବେ ଏହି ମନୋମାଳିନ୍ୟ ଶେଷ ହୋଇଯାଇଛି ବୋଲି କୁହାଯାଉଛି। ପୁଣିଥରେ ଏମାନେ ଦୁଇ ଜଣ ଖୁବଶୀଘ୍ର କମେଡି ସୋ’ରେ ନଜର ଆସିପାରନ୍ତି।

Comment