ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଦେଶରେ କରୋନା ଯୋଗୁଁ ଲକଡାଉନ୍ ଜାରି ରହିଛିା ଏପ୍ରିଲ ୧୪ ପର୍ଯ୍ୟନ୍ତ ଚାଲିଥିବା ଏହି ଲକଡାଉନରେ ସେଲିବ୍ରିଟିମାନେ ଏ ନିଜ ଘରେ ରହିଛନ୍ତି। କମେଡି ରାଜା କପିଲ ଶର୍ମା ମଧ୍ୟ ତାଙ୍କ ଘରେ ଅଛନ୍ତି ଏବଂ ପରିବାର ସହିତ ସମୟ ବିତାଉଛନ୍ତି। ପତ୍ନୀ ଗିନି ଓ ଝିଅ ଅନାୟାରାଙ୍କ ସହି ତାଙ୍କର ଦିନ କେମିତି କଟିଯାଉଛି ଜାଣିପାରୁନାହାନ୍ତି ବୋଲି କପିଲ କହିଛନ୍ତି।

ଏତିକି ନୁହେଁ ଏହି  କରୋନା ଭୂତାଣୁ ସମଗ୍ର ବିଶ୍ୱକୁ ଅଟକାଇ ରଖିଛି। ଏହି ଲକଡାଉନ୍ ଭୂତାଣୁ ବିଲୋପ କରିବାରେ ସହାୟକ ହେଉ ବୋଲି କପିଲ କହିଛନ୍ତି।

କପିଲ ଶର୍ମା ପିଏମ  କରୋନା ସହାୟତା ଭାବେ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଅନ୍ୟ ଲୋକଙ୍କୁ ଯଥାସମ୍ଭବ ଦାନ କରିବାକୁ ଅନୁରୋଧ କରିଛନ୍ତି।

Comment