ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ତୃତୀୟ ମ୍ୟାଚରେ ଆର୍ଜେଣ୍ଟିନା ଓ ସ୍ପେନ ମଧ୍ୟରେ ମୁକାବିଲା ହେବ। ଗୁରୁବାର ଅପରାହ୍ଣ ୫ଟାରେ କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଟିମ୍। ପୁଲ-ଏ ରେ ଆର୍ଜେଣ୍ଟିନା, ସ୍ପେନ, ନ୍ୟୁଜିଲାଣ୍ଡ ଓ ଫ୍ରାନ୍ସ ଭଳି ଦଳ ରହିଛନ୍ତି। ପ୍ରଥମ ସଂସ୍କରଣରେ ରନର୍ସଅପ୍ ସ୍ପେନ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ ନେଇ ଆଶା ରଖିଛି।

ବିଶ୍ୱ ମାନ୍ୟତାର ୮ନମ୍ବର ସ୍ଥାନରେ ଥିବା ସ୍ପେନ ଆଲୋସାଣ୍ଡ୍ରୋ ଡି ଫ୍ରୁଟୋସ, ଆଲବର୍ଟ ବେଲଟ୍ରାନ, ଆଲଭାରୋ ଇଗ୍ନାୟସ, ଡିଏଗା ଆରାନା, ଏନରିକ ଗୋଞ୍ଜାଲେଜ୍ ଡି କାଷ୍ଟେଜୋନ, ଇଗ୍ନାସିଓ ରୋଡ୍ରିଗୁଏଜ, ମାର୍କ ସାଲେସ ଭଳି ଖେଳାଳି ରହିଛନ୍ତି।

ବିଶ୍ୱ ମାନ୍ୟତାର ଦୁଇ ନମ୍ବର ସ୍ଥାନରେ ଥିବା ଅଲିମ୍ପିକ ଚାମ୍ପିଅନ ଆର୍ଜେଣ୍ଟିନା ଟାଇଟଲ ଫେବରିଟ ଥିବାରୁ ଗ୍ରୁପରେ ଶୀର୍ଷ ନେଇ ଉଦ୍ୟମ କରିବ। ଗୋଞ୍ଜାଲୋ ପିଲାଟଙ୍କ ନେତୃତ୍ୱରେ ଦଳ ଗ୍ରୁପ ଶୀର୍ଷ ନେଇ ଉଦ୍ୟମ କରିବ। ଲୁକାସ ଭିଲା ଏବଂ ନୂଆ ତାରକା ମାଇକୋ ସାସେଲା ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବେ।

୨୦୧୪ ନେଦରଲାଣ୍ଡ ବିଶ୍ୱକପର କାଂସ୍ୟ ବିଜେତା ଏବଂ ୨୦୧୬ ରିଓ ଅଲିମ୍ପିକ୍ସ  ବିଜେତା ଆର୍ଜେଣ୍ଟିନା ଏହାର ପ୍ରଶିକ୍ଷକ କାର୍ଲୋସ ରେତେଗୁଇଙ୍କ ଅଧିନରେ ଭଲ ପ୍ରଦର୍ଶନ କରିଆସୁଛି। ୨୦୧୪ ବିଶ୍ୱକପ୍ ପୂର୍ବରୁ ଏହି ଦେଶର ଶ୍ରେଷ୍ଠ ପ୍ରଦର୍ଶନ ଥିଲା ୨୦୦୦ ମସିହାରେ ଷଷ୍ଠ ସ୍ଥାନ।

ସେହିପରି ଆଜିର ମ୍ୟାଚରେ ଦମଦାର ପ୍ରଦର୍ଶନ କରି ମ୍ୟାଚ ହାତେଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ସ୍ପେନ। ପ୍ରତି ବିଶ୍ୱକପରେ ଏହି ଦେଶ ଭାଗ ନେଇଛି ଏବଂ ପଦକ ଜିତିବାର ସ୍ଥିତିରେ ରହିଛି। ୨ ଥର ଉପବିଜେତା ସହ ଥରେ କାଂସ୍ୟ ମଧ୍ୟ ଜିତିଛି ସ୍ପେନ। ୪ଥର ମଧ୍ୟ ସ୍ପେନ ପଂଚମ ସ୍ଥାନରେ ରହିଛି। ଗତ ବିଶ୍ୱକପ୍ ଲିଗ୍ ସେମିଫାଇନାଲ ନୈରାଶ୍ୟକୁ ପଛରେ ପକାଇ କଳିଙ୍ଗଷ୍ଟାଡିୟମରେ ଅନୁଷ୍ଠିତ ବିଶ୍ୱଲିଗରେ ପଦକ ବଜାୟ ରଖିବ ବୋଲି ଆଶା ରଖିଛି।

Comment