ଓଡ଼ିଶାଲାଇଭ୍ ଏଣ୍ଟରଟେନ୍ମେଣ୍ଟ ବ୍ୟୁରୋ

ଦୀପିକା ଓ ରଣବୀର ମୁମ୍ବାଇସ୍ଥିତ ଗ୍ରାଣ୍ଡ ହାୟାତ ହୋଟେଲରେ ଦେଉଛନ୍ତି ତୃତୀୟ ରିସେପ୍‌ସନ ପାର୍ଟି। 

ବି-ଟାଉନର ନବବିବାହିତା ଯୋଡ଼ି ଦୀପିକା ପାଦୁକୋନ ଓ ରଣବୀର ସିଂହ ମୁମ୍ବାଇସ୍ଥିତ ଗ୍ରାଣ୍ଡ ହାୟାତ ହୋଟେଲରେ ଦେଉଛନ୍ତି ତାଙ୍କର ତୃତୀୟ ରିସେପ୍‌ସନ ପାର୍ଟି। ଶନିବାର ଆୟୋଜିତ ହେଉଥିବା ଏହି ପାର୍ଟିରେ ଦୀପବୀର୍‌ଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ବଲିଉଡ କଳାକାରଙ୍କ ଭିଡ଼ ଜମିବ।

ଅପରପକ୍ଷରେ ନବବିବାହିତା ଦମ୍ପତିଙ୍କ ଲୁକ୍‌ସକୁ ନେଇ ଫ୍ୟାନମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। ଏଥିସହ ଏହି ରିସେପ୍‌ସନ ପାର୍ଟିରେ ଦୀପିକା ଓ ରଣବୀର ବ୍ରାଇଟ୍‌ କଲର ପୋଷାକରେ ନଜର ଆସିବେ। ଏହା ପୂର୍ବରୁ ହୋଇଥିବା ୨ଟି ରିସେପ୍‌ସନ ପାର୍ଟିରେ ଏହି ଯୋଡ଼ି ଲାଇଟ୍‌ ଶେଡ୍‌ରେ ନଜର ଆସିଥିଲେ।

ଅଭିନେତ୍ରୀ ମନୀଷା କୋଇରାଲାଙ୍କୁ ପଠାଯାଇଥିବା ରିସେପ୍‌ସନ କାର୍ଡ ନାଲି ରଙ୍ଗର ହୋଇଥିବାରୁ ଅନୁମାନ କରାଯାଉଛି ବିବାହର ଥିମ୍ କଲର ନାଲି ଓ କଳା ହେବ। ଏଥିସହ ଦୀପିକା ଓ ରଣବୀର ନାଲି ଓ କଳା ରଙ୍ଗର ପୋଷାକରେ ନଜର ଆସିପାରନ୍ତି।

ଏହି ରିସେପ୍‌ସନ ପାର୍ଟିରେ ଦୀପିକା ଗାଉନରେ ନଜର ଆସିପାରନ୍ତି। ଏହା ପୂର୍ବରୁ ବାଙ୍ଗାଲୁରୁ ଓ ମୁମ୍ବାଇରେ ହୋଇଥିବା ୨ଟି ପାର୍ଟିରେ ତାଙ୍କୁ ଶାଢ଼ିରେ ଦେଖିବାକୁ ମିଳିଥିଲା।

ଶନିବାର ହେବାକୁ ଥିବା ଏହି ବିଗ୍‌ ପାର୍ଟିରେ ବଲିଉଡର ବହୁ ନାମୀଦାମୀ କଳାକାରମାନେ ଯୋଗ ଦେବେ। ଏହି ଲିଷ୍ଟରେ ଅଛନ୍ତି ଶାହାରୁଖ ଖାନ, ସଲମାନ ଖାନ, ସଂଜୟ ଲୀଲା ଭଂସାଲି, ଫରହା ଖାନ, ରୋହିତ ସେଟ୍ଟି, କରନ ଜୋହର, ଆଲିଆ ଭଟ୍ଟ, ଅକ୍ଷୟ କୁମାର ଭଳି ବଡ଼ କଳାକାର।

ପାଖାପାଖି ୮୦୦ଜଣ ଅତିଥି ଏହି ରିସେପ୍‌ସନ ପାର୍ଟିରେ ଯୋଗ ଦେବେ। ବଲିଉଡର ବହୁ କଳାକାର, ନିର୍ଦ୍ଦେଶକ, କ୍ରିୟୁ ମେମ୍ବର ଓ ପିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଥିବା ସମସ୍ତ ବ୍ୟକ୍ତିଙ୍କୁ ଏହି ରିସେପ୍‌ସନ ପାର୍ଟିରେ ନିମନ୍ତ୍ରଣ କରାଯାଇଛି।

ଶୁକ୍ରବାର ଦୀପିକା ଓ ରଣବୀର ନିଜ ପରିବାର ସହ ଭଗବାନ ଶ୍ରୀ ଗଣେଶଙ୍କ ଆର୍ଶିବାଦ ନେବାପାଇଁ ମୁମ୍ବାଇସ୍ଥିତ ସିଦ୍ଧିବିନାୟକ ମନ୍ଦିର ଯାଇଥିଲେ।

ନଭେମ୍ବର ୧୪ ଓ ୧୫ରେ ଦୀପିକା ପାଦୁକୋନ ଓ ରଣବୀର ସିଂହ ଇଟାଲୀର ଲେକ୍ କୋମୋସ୍ଥିତ ଡେଲ୍ ବାଲବିୟାନେଲୋରେ ବିବାହ କରିଥିଲେ। ଉଭୟ କୋଙ୍କଣୀ ଓ ସିନ୍ଧି ରୀତିନୀତିରେ ଏହି ବିବାହ ହୋଇଥିଲା।

Comment