ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରିୟଙ୍କା-ନିକ୍‌ଙ୍କ ରିସେପସନ୍ ପାର୍ଟିରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଯୋଧପୁରରେ ହିନ୍ଦୁ ରୀତିନୀତିରେ ବିବାହ ହେବା  ପରେ ଦିଲ୍ଲୀରେ ଗ୍ରାଣ୍ଡ ଅନ୍ଦାଜରେ ରିସେପସନ ପାର୍ଟି ଦେଇଛନ୍ତି ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସ୍। ଏହି ନବବିବାହିତଙ୍କୁ ଶୁଭେଛା ଜଣାଇବା ଲାଗି ବି-ଟାଉନର ବହୁ ଷ୍ଟାର ଆସିଥିଲେ।

ନିକ୍ ଓ ପ୍ରିୟଙ୍କାଙ୍କ ରିସେପ୍‌ସନ ପାର୍ଟିର ମୁଖ୍ୟ ଆକର୍ଷଣ ସାଜିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଏହି ପାର୍ଟିରେ ଯୋଗଦେଇ ନିକ୍ ଓ ପ୍ରିୟଙ୍କା କାଫି ଖୁସି ଥିବା ନଜର ଆସିଥିଲେ। ପ୍ରଧାନମନ୍ତ୍ରୀ ପ୍ରିୟଙ୍କାଙ୍କ ସହିତ ହସି ମଜାକ୍ କରୁଥିବାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି

ଡିସେମ୍ବର ୧ ଏବଂ ୨ରେ ପ୍ରିୟଙ୍କା ଓ ନିକ୍ ରାଜସ୍ଥାନର ଯୋଧପୁରସ୍ଥିତ ଉମେଦ ଭବନରେ ବିବାହ କରିଥିଲେ। ଏହି ବିବାହ ଉତ୍ସବରେ ଉଭୟଙ୍କ ପରିବାରର ଫ୍ୟାମିଲି ଫ୍ରେଣ୍ଡସମାନେ ସାମିଲ ହୋଇଥିଲେ।

Comment