ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚତୁର୍ଦ୍ଦଶ ଓଡ଼ିଶା ପୁରୁଷ ହକି ବିଶ୍ୱକପର ପୁଲ୍ ‘ଡି’ର ତୃତୀୟ ତଥା ଚୂଡ଼ାନ୍ତ ରାଉଣ୍ଡ ଲିଗ୍ ଖେଳ ରବିବାର ଅନୁଷ୍ଠିତ ହେବ। ସନ୍ଧ୍ୟା ୫ଟାରେ ପ୍ରଥମ ମୁକାବିଲାରେ ମାଲେସିଆ-ଜର୍ମାନୀ ମଧ୍ୟରେ ଖେଳାଯିବ। ରାତି ୭ଟାରେ ନେଦରଲ୍ୟାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଲଢ଼େଇ ହେବ। ବର୍ତ୍ତମାନ ସୁଦ୍ଧା ସମସ୍ତ ଟିମ୍ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳି ସାରିଛନ୍ତି।

ଦୁଇଟି ମ୍ୟାଚରୁ ଦୁଇଟି ବିଜୟ ସହ ୬ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ଜର୍ମାନୀ ଥିବା ବେଳେ ନେଦରଲ୍ୟାଣ୍ଡ ୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ପାକିସ୍ତାନ ଏବଂ ମାଲେସିଆ ବର୍ତ୍ତମାନ ସୁଦ୍ଧା କୌଣସି ମ୍ୟାଚ୍ ଜିତିବାରେ ସକ୍ଷମ ହୋଇ ନାହାନ୍ତି। ଭଲ ଗୋଲ ଅନ୍ତର ପାଇଁ ପାକିସ୍ତାନ ତୃତୀୟ ସ୍ଥାନରେ ଥିବା ବେଳେ ମାଲେସିଆ ଚତୁର୍ଥ ସ୍ଥାନରେ ରହିଛି।

ରବିବାର ମ୍ୟାଚରେ ଜର୍ମାନୀ ବିପକ୍ଷରେ ବିଜୟ ମାଲେସିଆ ପାଇଁ ଚାଲେଞ୍ଜ ହେବ। କାରଣ ମାଲେସିଆକୁ ହରାଇ ସିଧା କ୍ୱାର୍ଟର ଫାଇନାଲ ଲକ୍ଷ୍ୟରେ ରହିବ ଜର୍ମାନୀ। ସେହିପରି ପାକିସ୍ତାନ ମଧ୍ୟ ନେଦରଲ୍ୟାଣ୍ଡ ବିରୋଧରେ ବିଜୟ ଲାଭ କରିବାକୁ ଚେଷ୍ଟା କରିବ। ପାକିସ୍ତାନ ଏବଂ ମାଲେସିଆ ଗୋଟିଏ ଲେଖାଏଁ ପଏଣ୍ଟ ପାଇଥିବାରୁ ଅନ୍ୟୁନ କ୍ରସ ଓଭର ଯୋଗ୍ୟତା ଲକ୍ଷ୍ୟରେ ରହିବେ।

Comment