ଓଡ଼ିଶାଲାଇଭ୍ ବ୍ୟୁରୋ
ଜାମ୍ମୁ କାଶ୍ମୀରରେ ପୋଲିସ ଉପରକୁ ଆତଙ୍କବାଦୀଙ୍କ ଗୁଳି ବର୍ଷଣ। ସୁରକ୍ଷାମକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି।
ଜାମ୍ମୁ କାଶ୍ମୀର ସୋପିଆ ଜିଲ୍ଲାରେ ଆତଙ୍କବାଦୀ ପୋଲିସକର୍ମୀଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୩ ପୋଲିସକର୍ମୀ ସହିଦ ହୋଇଥିଲାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ଆତଙ୍କବାଦୀମାନେ ସୋପିଆ ଜିଲ୍ଲା ଜୋନପୁରାରେ ମଙ୍ଗଳବାର ପୋଲିସକର୍ମୀଙ୍କ ଉପରକୁ ଅଚାନକ ଗୁଳି ଚଳାଇଥିଲେ। ଆକ୍ରମଣ ପରେ ଆତଙ୍କବାଦୀ ପୋଲିସକର୍ମୀଙ୍କ ହତିଆର ବି ଲୁଟି ନେଇଥିଲେ। ଘଟଣା ପରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।
ତେବେ ଚଳିତ ବର୍ଷ ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ ୨୨୭ ଆତଙ୍କବାଦୀଙ୍କୁ ନିହତ କରିଥିବା କହିଛନ୍ତି ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ। ୨୦୧୭ରେ ସୁରକ୍ଷାକର୍ମୀ ୨୧୩ ଆତଙ୍କବାଦୀଙ୍କ ନିହତ କରିବାରେ ସଫଳ ହୋଇଥିଲାବେଳେ ୨୦୧୬ରେ ୧୫୦ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ।

















