ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀରର ରଜୌରୀରେ ଆତଙ୍କବାଦୀ ଆକ୍ରମଣରେ ଦୁଇଜଣ ସେନା ଅଧିକାରୀଙ୍କ ସହ ଦୁଇଜଣ ଯବାନ ସହିଦ ହୋଇଛନ୍ତି।

ରଜୌରୀର ବାଜିମଲ ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ ସେନା, ପୋଲିସ ଏବଂ ସିଆରପିଏଫ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ଉଭୟ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଆତଙ୍କବାଦୀଙ୍କ ଗୁଳିରେ ପ୍ରଥମେ ଜଣେ ସେନା ଅଧିକାରୀ ସହିଦ ହୋଇଥିଲେ ଓ ୩ ଜଣ ଗୁରୁତର ଆହତ ହୋଇଥିଲେ। ପରେ ଅନ୍ୟ ଜଣେ ସେନା ଅଧିକାରୀଙ୍କ ସହ ଦୁଇଜଣ ଯବାନ ସହିଦ ହୋଇଛନ୍ତି।

Tags: #TerroristAttack #JammuKashmir #ArmyPersonnelKilled

Comment