ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅନ୍ତର୍ଗତ ଉଦଳା ବନାଞ୍ଚଳର ଆମ୍ବଡିହା ଗ୍ରାମରୁ ହାତୀଦାନ୍ତ ଚୋରା ବ୍ୟବସାୟୀମାନଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି।

ପୂର୍ବରୁ ଏହି ବ୍ୟବସାୟୀମାନେ ବାହାର ରାଜ୍ୟର ବ୍ୟବସାୟୀମାନଙ୍କୁ ଦୁଇଟି ବଜ୍ରକପ୍ତାକୁ ଲକ୍ଷାଧିକ ଟଙ୍କା ବିନିମୟରେ ବିକ୍ରିକରିବାକୁ ଯାଉଥିଲେ। କିନ୍ତୁ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ପୋଲିସ ସେମାନଙ୍କ ମୋବାଇଲକୁ ଟ୍ରାକିଂ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କୁ ତଦନ୍ତ କରିବା ସମୟରେ ସେମାନଙ୍କଠାରୁ ଅଧିକ ସୂଚନା ପାଇ ପୋଲିସ ଅନ୍ୟ ୬ ଜଣ ଚୋରା ବ୍ୟବସାୟୀଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି।

ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତମାନେ ହେଲେ ଉଦଳା ଥାନା ଅନ୍ତର୍ଗତ ଅ।ମ୍ବଡ଼ିହା ଗ୍ରାମର ଅଗ୍ନିଶ୍ଵର ନାଏକ, ମନମୋହନ ନାଏକ, ପ୍ରତାପ ନାଏକ, ଗୋପୀନାଥ ନାଏକ, ନକୁଳ ଦେହୁରୀ ଏବଂ କେଶବ ଦେହୁରୀ।

Comment