ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଶାସନକୁ ଆସିଲେ ଦିଆଯିବ ସୁଧମୁକ୍ତ କୃଷିଋଣ :ବିଜେପି। ବିନାଶକାଳେ ବିପରୀତ ବୁଦ୍ଧି କହିଲା ବିଜେଡି

ମଧ୍ୟପ୍ରଦେଶ ସରକାରଙ୍କ  କୃଷିଋଣ ଛାଡ଼ପରେ ଏବେ ରାଜ୍ୟରେ ବିଜେପି ବି ଦେଇଛି କୃଷିଋଣ ଛାଡ଼ର ପ୍ରତିଶ୍ରୁତି। ମଙ୍ଗଳବାର ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ମଣ୍ଡିରେ ହେଉଥିବା ଅବ୍ୟବସ୍ତାକୁ କେନ୍ଦ୍ର କରି ସାମ୍ବାଦିକ ସମ୍ମିଳନୀ କରିଛନ୍ତି।

ବିଜେପି ଶାସନକୁ ଆସିଲେ ଚାଷୀଙ୍କ ଋଣଛାଡ କରାଯିବ। କୃଷକଙ୍କୁ ସୁଧମୁକ୍ତ ଋଣ ପ୍ରଦାନ କରାୟିବ ବୋଲି ବସନ୍ତ ପଣ୍ଡା କହିଛନ୍ତି। ଏହାକୁ କେନ୍ଦ୍ର କରି ଆସନ୍ତା ଜାନୁଆରୀ ୮ରେ ବିଜେପି ପକ୍ଷରୁ ସଚିବାଳୟ ଘେରାଉ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବସନ୍ତ କହିଛନ୍ତି। ପୁର୍ବରୁ ମଧ୍ୟ ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିସାରିଛନ୍ତି। ସରକାରଙ୍କ କୃଷକ ମାରଣନୀତି ଯୋଗୁଁ ରାଜ୍ୟରେ ଚାଷୀ ଅବହେଳିତ ଓ ଶୋଷିତ ବୋଲି ବିଜେପି କହିଛି।

ସେପଟେ ଏହାକୁ ନେଇ ବିଜେଡି ମୁଖପାତ୍ର ପ୍ରତାପଦେବ ଦଳ ତରଫରୁ ପ୍ରତିକ୍ରୀୟା ରଖିଛନ୍ତି। ସେ କହିଛନ୍ତି, : “ବିନାଶ କାଳେ ବିଜେପିର ବିପରୀତ ବୁଦ୍ଧି। ଏ ସବୁକିଛି ରାଜନୈତିକ ଅଭିସନ୍ଧି ରଖି କରାଯାଉଛି। କୃଷକ ନେତାଙ୍କ ସହ ଆନ୍ତ ମନ୍ତ୍ରୀସ୍ତରୀୟ ବୈଠକ ହୋଇଛି। ଚାଷୀ ଋଣଛାଡ଼ ନେଇ ଆଲୋଚନା ଚାଲିଛି। ଏ ନେଇ ପଦକ୍ଷେପ ନିଆଯିବ”

ନିର୍ବାଚନକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ଚାଷୀଙ୍କୁ ନେଇ ଏବେ ସମସ୍ତ ରାଜନୈତିକ ଦଳର ପ୍ରତିଶୃତି ସାମ୍ନାକୁ ଆସୁଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଭିନ୍ନ ପ୍ରତିକ୍ରୀୟା ମଧ୍ୟ ଦେଖିବାକୁ ମିଳୁଛି।

Comment