ଓଡ଼ିଶାଲାଇଭ୍ ବ୍ୟୁରୋ

ପର୍ଥଟେଷ୍ଟର ଦ୍ୱିତୀୟ ମ୍ୟାଚରେ ଭାରତକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ଅନ୍ୟପଟେ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ନେଇ ବିବାଦ ଦେଖିବାକୁ ମିଳିଛି। ଆଉ ଏହି ବିବାଦ ଦେଶ ଭିତରୁ ହିଁ ଆରମ୍ଭ ହୋଇଛି। ଭେଟେରାନ୍ ଅଭିନେତା ନସିରୁଦ୍ଦିନ ଶାହା ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ୱର ସବୁଠୁ ଅଭଦ୍ର ଖେଳାଳି ବୋଲି କହିଛନ୍ତି। ଏହା ସହିତ ନସିରୁଦ୍ଦିନ୍ କୋହଲିକୁ ଗର୍ବି ବୋଲି କହିବାକୁ ବି ପଛାଇନାହାନ୍ତି।

କିଛିଦିନ ପୂର୍ବରୁ ବିରାଟ ଜଣେ ଫ୍ୟାନଙ୍କୁ ଦେଶ ଛାଡ଼ି ଚାଲିଯିବାକୁ କହିଥିବାରୁ ପରୋକ୍ଷରେ ନସିରୁଦ୍ଦିନ ଏହାକୁ ମଧ୍ୟ ଉଠାଇ ବିରାଟଙ୍କୁ ବିରୋଧ କରିଛନ୍ତି।

ନସିରୁଦ୍ଦିନ ପୋଷ୍ଟରେ ଲେଖିଛନ୍ତି ଯେ,”ବିରାଟ କେବଳ ବିଶ୍ୱର ଭଲ ବ୍ୟାଟ୍ସମ୍ୟାନ୍ ନୁହନ୍ତି। ସେ ସବୁଠୁ ଅଭଦ୍ର ଓ ଗର୍ବି ଖେଳାଳି। କ୍ରିକେଟ ଦକ୍ଷତା ତାଙ୍କର ବ୍ୟବହାର ଆଗରେ ଫିକା ପଡ଼ିଯାଉଛି।”

କିଛି ଦିନ ଆଗରୁ ଏକ ଶୋ’ରେ ଜଣେ ଫ୍ୟାନ କହିଥିଲେ କି ତାଙ୍କୁ ଭାରତୀୟ ଖେଳାଳି ଭଲ ଲାଗନ୍ତି ନାହିଁ। ଯେଉଁ କଥାରେ ବିରାଟ ସେ ଫ୍ୟାନକୁ ଦେଶ ଛାଡ଼ି ଚାଲିଯିବାକୁ କହିଥିଲେ। ଯାହାକୁ ନସିରୁଦ୍ଦିନ ଶାହା ମଧ୍ୟ ଉଠାଇଛନ୍ତି। ଏହି ପୋଷ୍ଟକୁ ନେଇ ବର୍ତ୍ତମାନ ଅନେକ ମତ ଆସିବାରେ ଲାଗିଛି। ବିଶେଷକରି କ୍ରିକେଟ ପ୍ରେମୀ ନସିରୁଦ୍ଦିନଙ୍କ ଏହି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି।

Comment