ଓଡ଼ିଶାଲାଇଭ୍ ବ୍ୟୁରୋ
ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ଜାନୁଆରୀ ୮ରେ ଚାଷୀଙ୍କ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦେବାକୁ ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି।
ରାଜଭବନ ଆଗରେ ନବ ନିର୍ମାଣ କୃଷକ ସଂଗଠନ ତରଫରୁ ଧାରଣା, ବିକ୍ଷୋଭ କାର୍ଯ୍ୟକ୍ରମ ରହିଛି। ଯାହା ସବୁବେଳେ କୃଷକ ସଂଗଠନ ତରଫରୁ ଦାବି କରାଯାଇଆସୁଛି ପ୍ରାଇସ୍, ପେନସନ ଆଉ ପ୍ରେସଟିଜ୍ ଦାବି ସେମାନେ ପୁଣିଥରେ ଦୋହରାଇବେ। ଏହା ସହିତ ସେମାନେ ଚାଷୀଙ୍କ ଭତା ଦାବି କଥା ବି ଉଠାଇବେ ବୋଲି ନବ ନିର୍ମଣା କୃଷକ ସଂଗଠନର ଆବାହକ କହିଛନ୍ତି।
ବିଜେଡିର ଦିଲ୍ଲୀ ଯିବା ଦିନ ହିଁ ରାଜଭବନ ଘେରାଉ କରିବେ ନବ ନିର୍ମାଣ କୃଷକ ସଂଗଠନ। ପାଖାପାଖି ୨ହଜାର ଚାଷୀ ଏକାଠି ହେବେ ରାଜଭବନ ସାମ୍ନାରେ। ଏହା ସହିତ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ଦିଆଯିବା କାର୍ଯ୍ୟକ୍ରମ ରହିଛି। ଏହି ସ୍ମାରକ ପତ୍ରରେ ୨ହଜାର ଚାଷୀଙ୍କ ଦସ୍ତଖତ ରହିବ। ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଆବାହକ।
ମଙ୍ଗଳବାର ଶାସକ ବିଜେଡ଼ି ଓ ବିରୋଧୀ ବିଜେପି ଆଉ କଂଗ୍ରେସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଥିଲେ। ଉଭୟ କଂଗ୍ରେସ ଓ ବିପେଜି ଶାସନକୁ ଆସିଲେ କୃଷିଋଣ ଛାଡ କଥା କହିଥିବା ବେଳ ବିଜେଡ଼ି ବିଜେପିର ପ୍ରତିଶୃତିକୁ ବିନାଶ କାଳେ ବିପରୀତ ବୁଦ୍ଧି ବୋଲି କହି ଟାର୍ଗେଟ କରିଥିଲା। ୮ରେ କୃଷକଙ୍କ ରାଜଭବନ ଘେରାଉ ପରେ କୃଷକଙ୍କ ପାଇଁ ସରକାରଙ୍କ ପରବର୍ତ୍ତି ପଦକ୍ଷେପ କଣ ରହିବ ତାହା ଦେଖିବାକୁ ବାକି ରହିଲା।


















