ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବାକି ରହିଥିବା ୩ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେଡି। ଗୁରୁବାର ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି।

କୋରେଇରୁ ସନ୍ଧ୍ୟାରାଣୀ ଦାସ ପ୍ରାର୍ଥୀ ହୋଇଥିବାବେଳେ ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ ଏବଂ ନୀଳଗିରିରୁ ସୁକାନ୍ତ କୁମାର ନାୟକଙ୍କୁ ପ୍ରାର୍ଥୀ କରାଯାଇଛି।

ଅନ୍ୟପଟେ ଦେବଗଡ଼ର ପ୍ରାର୍ଥୀ ବଦଳାଇଛି ବିଜେଡି। ଅରୁନ୍ଧତୀ ଦେବୀଙ୍କ ବଦଳରେ ଏବେ ଦେବଗଡ଼ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ରୋମାଞ୍ଚ ରଞ୍ଜନ ବିଶ୍ଵାଳ।

Tags: #Politics #OdishaPolitics #AssemblyElections2024 #Odisha #BJD #NaveenPatnaik #Nomination

LEAVE A REPLY

Please enter your comment!
Please enter your name here