ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଶୁକ୍ରବାର ଦିନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଭିନ୍ନ ଦଳର ହେଭିଓ୍ଵେଟ ନେତା। କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଦଳୀୟ ନେତା ଏବଂ କର୍ମୀଙ୍କ ସହ ବିରାଟ ବାଇକ୍ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବୈଜୟନ୍ତ ପଣ୍ଡା। ସେହିପରି କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ବିଶାଳ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଅଂଶୁମାନଙ୍କ ସହ ହଜାର ହଜାର ଦଳୀୟ କର୍ମୀ ଏବଂ ସମର୍ଥକ ଉପସ୍ଥିତ ଥିଲେ।

ଅନ୍ୟପଟେ ଚାନ୍ଦବାଲି ବିଧାନସଭା ଆସନ ଲାଗି ବିଜେପିର ପ୍ରାର୍ଥୀ ହୋଇଥିବା ମନମୋହନ ସାମଲ ମା’ ଦକ୍ଷିଣକାଳୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ବିରାଟ ପଟୁଆରରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଭଣ୍ଡାରିପୋଖରୀର କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ପ୍ରାର୍ଥିପତ୍ର ଦାଲଖ କହିଛନ୍ତି। ସେହିପରି କୋରାଇର ବିଜେପି ପ୍ରାର୍ଥୀ ଆକାଶ ଦାସନାୟକ, ମହାଙ୍ଗାର ବିଜେପି ପ୍ରାର୍ଥୀ ସୁମନ୍ତ ଘଡ଼େଇ, ପାଟକୁରାର ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର, କେନ୍ଦ୍ରାପଡ଼ାର ବିଜେଡିର ବିଧାୟକ ପ୍ରାର୍ଥୀ ଗଣେଶ୍ଵର ବେହେରା ଏବଂ ବଡ଼ଚଣାରୁ ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଏପଟେ ନିଆରା ଢଙ୍ଗରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ନିମାପଡ଼ାର କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ। ସିଦ୍ଧାର୍ଥ ସାଇକେଲରେ ଆସି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଆଜି ବିଭିନ୍ନ ଦଳର ହେଭିଓ୍ଵେଟ ନେତା ହଜାର ହଜାର ଦଳୀୟ କର୍ମୀ ଏବଂ ସମର୍ଥକଙ୍କ ସହ ବିଶାଳ ଶୋଭାଯାତ୍ରାରେ ବାହାରି ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

Tags: #Politics #OdishaPolitics #AssemblyElections2024 #Odisha #Nomination #BJP #BJD #Congress

LEAVE A REPLY

Please enter your comment!
Please enter your name here