ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିବିଏସ୍‌ଇ ପକ୍ଷରୁ ଦଶମ ଓ ଦ୍ଵାଦଶ ପରୀକ୍ଷା ଲାଗି ସୂଚୀ ଘୋଷଣା କରାଯାଇଛି। ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ରୁ ରୁ ଆରମ୍ଭ ହେବ। ଏହା ଏପ୍ରିଲ ୩ ପର୍ଯ୍ୟନ୍ତ ଚାଲିବ। ଫେବୃଆରୀ ୨୧ତାରିଖରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ଚାଲିବ।

ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ତଥ୍ୟ cbse.nic.inରେ ଛାତ୍ରଛାତ୍ରୀ ମାନେ ଦେଖିପାରିବେ। ଛାତ୍ରଛାତ୍ରୀ ମାନେ ଯେମିତି ପରୀକ୍ଷା ପାଇଁ ଭଲରେ ପ୍ରସ୍ତୁତି କରିପାରିବେ ସେଥିଲାଗି ସିବିଏସ୍‌ଇ ପରୀକ୍ଷାର ୭ ସପ୍ତାହ ଆଗରୁ ଡେଟ୍‌ସିଟ୍‌ ଜାରି କରିଛି।

Comment