ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ବହୁ ଚର୍ଚ୍ଚିତ ପିପିଲି ପୀଡିତାଙ୍କୁ ନେଇ ପ୍ରଦୀପ ମହାରଥୀ ଦେଇଥିବା ପ୍ରତିକ୍ରିୟାକୁ ବିରୋଧ କରାଯାଇଛି। ମହିଳା କଂଗ୍ରେସ ପକ୍ଷରୁ ତାଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ କରାଯାଉଛି। ଶତାଧିକ ମହିଳା ଏକାଠି ହୋଇ ପ୍ରଦୀପ ମହାରଥୀଙ୍କ ବାସଭବନ ଉପରକୁ ଅଣ୍ଡା ଓ ଟମୋଟୋ ମାଡ଼ କରିଛନ୍ତି।

ମହିଳା କଂଗ୍ରେସର  ଦାବି ମହାରଥୀ ପିପିଲି ପୀଡିତାଙ୍କ ଉପରେ ଦେଇଥିବା ପ୍ରତିକ୍ରିୟାକୁ ନେଇ କ୍ଷମା ପ୍ରାର୍ଥନା ସହ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ। ବାରମ୍ବାର ବିବାଦୀୟ ବୟାନ ଦେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ମହିଳା କଂଗ୍ରେସ ପକ୍ଷରୁ କୁହାଯାଇଛି।

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଘଟଣା ସ୍ଥଳରେ ପୋଲିସ ପହଞ୍ଚିଛି। ଏହା ସହିତ ଅନେକ ମହିଳାକୁ ଘଟଣାସ୍ଥଳରୁ ଉଠାଇନେଇଛି ପୋଲିସ। ମହିଳା କଂଗ୍ରେସର ସଭାନେତ୍ରୀ କହିଛନ୍ତି ଏବେ ଟମାଟୋ ଫିଙ୍ଗିଛୁ ଆଗକୁ ଆଉ କିଛି ଫିଙ୍ଗାଯାଇପାରେ।  ଛାଞ୍ଚୁଣି ଧରି ମହାରଥୀଙ୍କ ଘର ଭିତରକୁ ପସିବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି।

କିଛିଦିନ ତଳେ ପିପିଲି ପୀଡିତାଙ୍କ ଉପରେ ଆସିଥିବା ରାୟକୁ ନେଇ ମହାରଥୀ କହିଥିଲେ ସତ୍ୟର ଜୟ ହୋଇଛି। କ୍ଷୀର କ୍ଷୀର ଓ ପାଣି ପାଣି ହୋଇଛି। ମନ୍ତ୍ରୀଙ୍କ ଏହି ବୟାନ ପରେ ରାଜ୍ୟସାରା ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ମାକୁ ଆସୁଥିଲା।

Comment