ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ଯୋଡ଼ିବା ପାଇଁ ନିର୍ମାଣ ହେବ ବିଜୁ ସେତୁ।

କେନ୍ଦ୍ରାପଡ଼ା ଓ ଜଗତସିଂହପୁର ବାସୀଙ୍କ ପାଇଁ ଖୁସି ଖବର। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର ଲଙ୍କାପଡ଼ାଠାରେ ନିର୍ମାଣ ହେବାକୁ ଯାଉଛି ବିଜୁ ସେତୁ। ବହୁଦିନ ଧରି ପାଇକା ନଦୀ ଏହି ଦୁଇ ଜିଲ୍ଲାକୁ ବିଛିନ୍ନ କରି ରଖିଥିଲା। ବର୍ତ୍ତମାନ ଏହି ବିଚ୍ଛେଦ ବିରହର ଅନ୍ତ ଘଟିବାକୁ ଯାଉଛି। ଏହି ସେତୁ ମାଧ୍ୟମରେ ଦୁଇ ଜିଲ୍ଲା ଯୋଡ଼ି ହେବେ।

ଶନିବାର ଆନୁଷ୍ଠାନିକ ଭାବେ ରାଜ୍ୟ ମହିଳା ଓ ଶିଶୁକଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲା ଓ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ ଏହାର ଶିଳାନ୍ୟାସ କରିଛନ୍ତି।

କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ପୋଲ ନିର୍ମାଣ ହେବାକୁ ଯାଉଛି। ୩୦୦ମିଟର ବିଶିଷ୍ଟ ଏହି ପୋଲରେ ଆନୁମାନିକ ଭାବେ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ସେନାପତି କହିଛନ୍ତି।

କେନ୍ଦ୍ରାପଡ଼ା ଓ ଜଗତସିଂହପୁର ପଡ଼ୋଶୀ ଜିଲ୍ଲା ହେଲେ ମଧ୍ୟ ପାଇକା ନଦୀ ଦୁଇ ଜିଲ୍ଲାଙ୍କୁ ଅଲଗା କରି ରଖିଥିଲା। ବର୍ତ୍ତମାନ ପୋଲ ନିର୍ମାଣ ହେଲେ ଦୁଇ ଜିଲ୍ଲାର ବାସିନ୍ଦା ବିଶେଷ ଉପକୃତ ହେବେ।

LEAVE A REPLY

Please enter your comment!
Please enter your name here