ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଚିନ୍ତାମଣିଶ୍ୱର ଫିସେରି ଲେନ୍‌ ଓ ହଳଦିପଡ଼ିଆ ବସ୍ତିରୁ ୩୮୫ ଗ୍ରାମ୍‌ର ବାଉନ୍‌ ସୁଗାର ଜବତ ହୋଇଛି। ଶୁକ୍ରବାର ସକାଳେ ଅବକାରୀ ବିଭାଗର ଅଧିକାରୀମାନେ ଚଢ଼ାଉ କରି ବ୍ରାଉନ୍‌ ସୁଗାର ଜବତ କରିଛନ୍ତି। ଜବତ ବ୍ରାଉନ୍‌ ସୁଗାରର ମୂଲ୍ୟ ୩୮ ଲକ୍ଷରୁ ଅଧିକ ବୋଲି ଅନୁମାନ କରାଯାଉଛି।

ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି।

ଚିନ୍ତାମଣିଶ୍ୱର ଏବଂ ହଳଦିପଡ଼ିଆରେ ବ୍ରାଉନ୍‌ ସୁଗାର କାରବାର କରାଯାଉଥିବା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଶୁକ୍ରବାର ସକାଳେ ଅବକାରୀ ବିଭାଗ ସେଠାରେ ଚଢ଼ାଉ କରିଥିଲା।

ଏହି ଅଭିଯୁକ୍ତମାନେ ଜଳେଶ୍ୱରରୁ ବ୍ରାଉନ୍‌ ସୁଗାର ଆଣି ଭୁବନେଶ୍ୱରରେ ବିକ୍ରି କରୁଥିଲେ ବୋଲି ଜଣାପଡ଼ିଛି।

Comment