ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁହୁଡ଼ି ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଅଳାବାଙ୍କରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଯେଉଁଥିରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି।

ଗୁରୁତରଙ୍କ ନାଁ ସଂଗ୍ରାମ ମଲ୍ଲିକ ବୋଲି ଜଣାପଡିଛି। ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ସମସ୍ତେ ପାଣି କୋଇଲିକୁ ଯାତ୍ରା ଦେଖିବାକୁ ଯାଇଥିଲେ। ଫେରିବା ରାସ୍ତାରେ ଅଳାବାଙ୍କ ଠାରେ ଛିଡା ହୋଇଥିବା ଏକ ବଡ ଗାଡିକୁ ପଛପଟୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି।

ତେବେ କାରର ସ୍ପିଡ୍‌ ଏତେ ଅଧିକ ଥିଲା କି ଘଟଣାସ୍ଥଳରେ ହିଁ ୫ଜଣଙ୍କର ମୃତ୍ୟୁ ହୋଇଥଲା। ଗୁରୁତର ଆହତଙ୍କୁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକକୁ ସ୍ଥାନାନ୍ତର କରାଯାଇଛି।

ସମସ୍ତ ମୃତ ଦେହକୁ ଗ୍ୟାସ କଟରରେ ମାଧ୍ୟମରେ ବାହାର କରାଯାଇଛି  । ମୃତ ଦେହକୁ କେନ୍ଦ୍ରାପଡା ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଛି । ଏମାନେ ସମସ୍ତେ ଏକ ଡ୍ୟାନ୍ସ ଗୃପର ସଦସ୍ୟ ଥିବା ଜଣା ପଡିଛି  । କେନ୍ଦ୍ରାପଡାରେ ଏକ ଡ୍ୟାନ୍ସ ପୋଗ୍ରାମ ସାରି ଯାଜପୁର ଫେରୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ତେବେ କେଉଁ କାରଣ ଲାଗି ଦୁର୍ଘଟଣା ଘଟିଛି ତାହା ଜଣାପଡିନଥିବା ବେଳେ କୁହାଯାଉଛି ଡ୍ରାଇଭରର ଆଖି ଲାଗି ଯାଇଥିବାରୁ ଏହି ଦୁର୍ଘଟଣା ହୋଇଛି। ସମସ୍ତଙ୍କ ମୃତକଙ୍କ ଘର କେନ୍ଦ୍ରାପଡା ଜିଲ୍ଲାର ଗରାପୁର , ପଟ୍ଟାମୁଣ୍ଡାଇ , ଅନୁଗୁଳ ଜିଲାର ବୋଲି ଜଣା ପଡିଛି ।

Comment