ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

  • ଦୟାରେ ନୁହଁ ନିଜକୁ ବଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ, ପ୍ରଦୀପ ମହାରଥୀଙ୍କୁ ବଳି ପକାଇଛନ୍ତି-କଂଗ୍ରେସ
  • ମହିଳାଙ୍କୁ ନ୍ୟାୟ ଦେବାରେ ରାଜ୍ୟସରକାର ବିଫଳ – ବିଜେପି
  • ମହାରଥୀଙ୍କ ଇସ୍ତଫାକୁ ନେଇ କରାଯାଇଥିବା ଆନ୍ଦୋଳନ ସମ୍ପୂର୍ଣ୍ଣ ରାଜନୀତିକରଣ: ବିଜେଡି

ପିପିଲି ମାମଲାରେ ପ୍ରଦୀପ ମହାରଥୀ ଇସ୍ତଫା ଦେବା ପରେ ଏହାକୁ ନେଇ ରାଜନୈତିକ ମହଳରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ଲାଗୁଛି ଆଗାମୀ ନିର୍ବାଚନ ଲାଗି ଉଭୟ ବିଜେପି ଓ କଂଗ୍ରେସ ଏହାକୁ ଏକ ବଡ଼ ଅସ୍ତ୍ର କରିବେ। ଏ ନେଇ କଂଗ୍ରେସର ବରିଷ୍ଠ ନେତା ସୁରରାଉତରାୟ କହିଛନ୍ତି,”ବାରିପଦାରେ ପ୍ରଧାନମନ୍ତ୍ରୀ ଯେଉଁ କଥା କହିଲେ ତାପରେ ମୁଖ୍ୟମନ୍ତ୍ରୀ ଘାଇଲା ହୋଇଗଲେ। ବାଧ୍ୟ ହୋଇ ପ୍ରଦୀପ ମହାରଥୀଙ୍କୁ କହିଲେ ଇସ୍ତଫା ଦିଅ। ଦୟାରେ ନୁହଁ ବରଂ ନିଜକୁ ବଞ୍ଚାଇବା ଲାଗି ସେ ପ୍ରଦୀପ ମହାରଥୀଙ୍କୁ ବଳି ପକାଇଛନ୍ତି। ଜଣେ ପ୍ରଧାନମନ୍ତ୍ରୀ କହିବା ପରେ ରାଜ୍ୟସରକାର କାର୍ଯ୍ୟାନୁଷ୍ଠାନ ନେବା ନିଶ୍ଚିତ ଭାବେ ନିଜ ଭାବମୂର୍ତ୍ତିକୁ ନଷ୍ଟ କରିଛି।”

ବିଜେଡି ମୁଖପାତ୍ର ସସ୍ମିତ୍‌ ପାତ୍ର କହିଛନ୍ତି, ”ପ୍ରଦୀପ ମହାରଥୀଙ୍କ ପାଖରେ ଥିବା ବିଭାଗର ଦାୟିତ୍ୱ ଅନ୍ୟମାନଙ୍କୁ ଅତିରିକ୍ତ ଭାବେ ଦିଆଯାଇଛି। ମନ୍ତ୍ରିମଣ୍ଡଳ ସମ୍ପସାରଣ ନେଇ କୌଣସି ସୂଚନା ନାହିଁ। ଭାରତୀୟ ଜନତା ପାର୍ଟି ଚାପଗ୍ରସ୍ତ ସେମାନଙ୍କର କିଛି ଭୂମିକା ନାହିଁ।”

ବିଜେପି କଂଗ୍ରେସ ତରଫରୁ ଯେଉଁ ଆନ୍ଦୋଳନ କରାଯାଉଥିଲା ତାହା ଉପରେ ଶଶ୍ମିତ ପାତ୍ର କହିଛନ୍ତି ଏହା ସେମାନେ ନିଜର ଭାବମୂର୍ତ୍ତି ବଜାଇ ରଖିବା ଓ ରାଜନୀତିକରଣ ପାଇଁ କରାଯାଇଥିଲାଏବଂ ଓଡ଼ିଶାର ଲୋକ ଏ ବାବଦରେ ସବୁ ଜାଣୁଛନ୍ତି ଓ ବୁଝୁଛନ୍ତି। ଏହା ସହିତ ସସ୍ମିତ ପାତ୍ର ଆହୁରି କହିଛନ୍ତି କି ବିଜେପି ସବୁବେଳେ ଅପରାଧୀଙ୍କୁ ସହଯୋଗ କରିଛନ୍ତି।

ସେପଟେ ବିଜେପି ଏହାର ଜବାବରେ କହିଛି କି ଓଡ଼ିଶା ସରକାର ମହିଳାଙ୍କୁ ସମ୍ମାନ ଦେବାରେ ସବୁବେଳେ ଅବହେଳା କରିଛନ୍ତି। ବିଜେପି ସବୁବେଳେ ମହିଳାଙ୍କୁ ନ୍ୟାୟ ଦେବାଲାଗି ସ୍ୱର ଉଠାଇଆସିଛି ଏହା ଆଗାମୀ ଦିନରେ ବି ଜାରିରହିବ।

Comment